ରାଉରକେଲା:କରୋନା ପୂର୍ବରୁ ନୂଆଗାଁ ଓ ବିଶ୍ରା ଷ୍ଟେସନରେ ରହି ଆସୁଥିବା ଏକ୍ସପ୍ରେସ୍, ପାସେଞ୍ଜର ସହ ଅନ୍ୟ କିଛି ଟ୍ରେନ୍‌ ରହଣି ଦାବିରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଅଶ୍ବିନୀ ବୈଷ୍ଣବଙ୍କୁ ବୀମରିତ୍ରପୁର ବିଧାୟକ ଶଙ୍କର ଓରାମ ଭେଟିଛନ୍ତି। ଦୁଇଟି ବ୍ଳକ୍‌ରେ ଯାତ୍ରୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପୂର୍ବପରି ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକ ରହିବାକୁ ଦାବି କରିଛନ୍ତି। କରୋନା ପୂର୍ବରୁ ତପସ୍ବିନୀ ଏକ୍ସପ୍ରେସ୍‌ ନୂଆଗାଁ ଷ୍ଟେସନରେ ରହିଆସୁଥିଲା।

Advertisment

ଏଥିସହ ଜାମୁତୱୀ ଏକ୍ସପ୍ରେସ୍‌ ମଧ୍ୟ ନୂଆଗାଁ ଷ୍ଟେସନରେ ରହିବାକୁ ବିଧାୟକ ଶ୍ରୀ ଓରାମ କେନ୍ଦ୍ରମନ୍ତ୍ରୀଙ୍କୁ କହିଥିଲେ। ବିଶ୍ରାରେ ଉତ୍କଳ ଏକ୍ସପ୍ରେସ୍‌, ସମଲେଶ୍ବରୀ ଏକ୍ସପ୍ରେସ୍‌, ଏର୍ଣ୍ଣାକୁଲମ୍‌ ଏକ୍ସପ୍ରେସ୍‌, ବିଶ୍ରା, ଭାଲୁଲତା ଓ ଜରେଇକେଲାରେ ଏତୱାରୀ ଏକ୍ସପ୍ରେସ୍‌ ଓ ଚକ୍ରଧରପୁର ଏକ୍ସପ୍ରେସ୍‌ ରହିବାର ଆବଶ୍ୟକତା ସଂକ୍ରାନ୍ତରେ ମନ୍ତ୍ରୀଙ୍କୁ କହିଥିଲେ। ସେହିପରି ବିଶ୍ରା ଓ ନୂଆଗାଁ ଷ୍ଟେସନରେ ଯଥାକ୍ରମେ ଇସ୍ପାତ ଏକ୍ସପ୍ରେସ୍‌ ଓ ଜୟନଗର ଏକ୍ସପ୍ରେସ୍‌ ରହିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କରୋନା ପୂର୍ବରୁ ଚାଲୁଥିବା ଏକ୍ସପ୍ରେସ୍‌ ଟ୍ରେନ୍‌ ରହିବାକୁ ବିଧାୟକ ଶ୍ରୀ ଓରାମଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।