କୋଟିଆରେ ଆନ୍ଧ୍ରର ଅମାନବୀୟ କାଣ୍ଡ; ଗଛମୂଳକୁ ନେଇ ଲୋକଙ୍କର କଲା ଚକ୍ଷୁପରୀକ୍ଷା 

କୋରାପୁଟ: କୋଟିଆରେ ଅମାନବିକା କାର୍ଯ୍ୟ ଚଳାଇଛି ଆନ୍ଧ୍ର ସରକାର। ଜଗନ ସରକାରଙ୍କ ଇଙ୍ଗିତରେ ପାର୍ବତୀପୁରମ ପ୍ରଶାସନ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଲୋକଙ୍କୁ ଉଠାଇ ନେଇ ଗଛମୂଳେ କରୁଛି ଚକ୍ଷୁ ପରୀକ୍ଷା। ଆଜି ସକାଳୁ ସଲପଗୁଡା, ହରମାଣ୍ଡିଗି, ଫାଟୁ ସିନେରୀ ଓ ଫଗୁଣ ସିନେରୀର ଶତାଧିକ ଲୋକଙ୍କୁ କମ୍ପାଣ୍ଡର ଗାଡିରେ ଉଠାଇ ନେଇ ଥୋନମ୍‌ ଯିବା ରାସ୍ତାରେ ଏକ ଗଛମୂଳେ କରିଛି ଚକ୍ଷୁ ପରୀକ୍ଷା। ଏହାସହ ମଗଣାରେ ଚଷମା, ଆଖି ପରୀକ୍ଷା ଓ ଅପରେସନ କରିଥିବା ଜଣାପଡିଛି। ଜି.ବେଣୁଗୋପାଳ ନାମକ ଜଣେ ଡାକ୍ତର, ଜଣେ ନର୍ସ ସହ ଜଣେ କମ୍ପାଉଣ୍ଡରକୁ ନେଇ ଆଜି ସ୍ବାସ୍ଥ୍ୟ ପରୀକ୍ଷା କରାଇଛି ଆନ୍ଧ୍ର।

ମିଳିଥିବା ସୂଚନା ମୁତାବକ ଆଜି ସକାଳୁ ସକାଳୁ ଆନ୍ଧ୍ର ପକ୍ଷରୁ କୋଟିଆ ଗ୍ରାମପୁଞ୍ଜରେ ରହିଥିବା ଏହି ୪ଟି ଗାଁରେ ଲୋକଙ୍କୁ କମାଣ୍ଡରରେ ଉଠାଇ ନେଇଥିଲେ ପାର୍ବତୀପୁରମ ଜିଲ୍ଲା ଅନ୍ତର୍ଗତ ଥୋନମ୍‌ ପିଏଚସିର ସ୍ବାସ୍ଥ୍ୟ କର୍ମୀ। ଆଜି ୫୬ ଜଣଙ୍କର ଚକ୍ଷୁ ପରୀକ୍ଷା ହୋଇଥିବାବେଳେ ୧୫ଜଣ ଚକ୍ଷୁ ‌ଅସ୍ତ୍ରୋପଚାର ଓ ୧୮ଜଣ ଚଷମା ପ୍ରଦାନ କରାଯାଇଛି। ଯଦି ଆନ୍ଧ୍ର ସରକାର କୋଟିଆରେ ରହୁଥିବା ଲୋକଙ୍କ ପ୍ରତି ଏତେ ଦରଦ ଅଛି ତେବେ କାହିଁକି ହସ୍ପିଟାଲ ନେଇ ଗଛ ମୂଳେ ଚିକିତ୍ସା କରାଇଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଚକ୍ଷୁ ପରି ଗୁରୁତ୍ବପୁର୍ଣ୍ଣ ଅଙ୍ଗକୁ ଗଛମୂଳେ କିପରି ଅସ୍ତ୍ରୋପଚାର କରାଗଲା ତାହାକୁ କୋଟିଆମାସୀଙ୍କ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରୁନାହିଁ ବୋଲି ପ୍ରଶ୍ନ ଉଠିଛି। ଆନ୍ଦ୍ର ସରକାର କାହିଁକି ଜାଣିଶୁଣି ଏପରି କରିଛି ତାହାକୁ ସର୍ବସାଧାରଣରେ ନାନାପ୍ରଶ୍ନ ଉଠିଛି। ଯଦି ଚକ୍ଷୁ ପରୀକ୍ଷା କରିବାକୁ ଥିଲା ତେବେ ଆନ୍ଧ୍ର ପକ୍ଷରୁ ରହିଥିବା ସ୍କୁଲ କିମ୍ବା ଆଇଟିଡିଏ ଗୃହରେ କରି ପାରିଥାନ୍ତା କିମ୍ବା ଥୋନମକୁ ନେଇ ପିଏଚସିର କରି ପାରିଥାନ୍ତା। କିନ୍ତୁ କାହିଁକି ସେଠାରେ ନ କରି ଗଛମୂଳେ ପରୀକ୍ଷା ସହ ଅସ୍ତ୍ରୋପଚାର କରାଗଲା ତାହା ଅମାନବୀୟ ବୋଲି ଆଲୋଚନା ହେଉଛି।

ଏନେଇ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ଯେ, ଧୀରେ ଧରେ ଆନ୍ଧ୍ର ଉଦ୍ଧତା ବୃଦ୍ଧି ପାଉଛି। ପୂର୍ବରୁ ମାସରେ ଥରେ ଥରେ ଅନୁପ୍ରବେଶ କରୁଥିଲା ଏବେ ନିତିଦିନିଆ ହୋଇଗଲାଣି। କୋରାପୁଟ ପ୍ରଶାସନ କାହିଁକି କଡ଼ା ଯବାବ ଦେଉନି ତାହା ସ୍ପଷ୍ଟ ହୋଉନି। ଯଦି କୋଟିଆ ଗ୍ରାମପୁଞ୍ଜରେ ରହୁଥିବା ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଏତେ ଇଚ୍ଛା ତେବେ‌ ସେମାନଙ୍କୁ ନେଇ ମେଡିକାଲରେ ଚକ୍ଷୁ ପରୀକ୍ଷା କରାଇପାରିଥାନ୍ତା। କିନ୍ତୁ ଥୋନମ ନେବା ବାଟରେ ରହିଥିବା ଗଛମ‌ୁଳେ ପରକ୍ଷା କରାଇବା କେତେ ଯଥାର୍ଥ। କୋଟିଆବାସୀଙ୍କର ମାନବୀୟ ଅଧିକାରକୁ ଜଗନ ଦସରକାର ଜାଣିଶୁଣି କ୍ଷୁର୍ଣ୍ଣ କରୁଛି। କୋରାପୁଟ ପ୍ରଶାସନ ଓ ରାଜ୍ୟ ସରକାର ନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର