ଘୁ.ଉଦୟଗିରିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଘୁ.ଉଦୟଗିରି: ସ୍ଥାନୀୟ ବ୍ୟବସାୟୀ ସଂଘ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ସ୍ଥାନୀୟ ଅଞ୍ଚଳର ୧୧୫ ଜଣ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେହିପରି ୩୦ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ୫୦ ଜଣଙ୍କ ପରଳ ଚିକିତ୍ସା ନିମନ୍ତେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କ ପରଳ ଚିକିତ୍ସା କରାଯାଇ ପୁଣି ସୋମବାର ନିଜ ଘରେ ଛାଡିଦିଆଯିବ।

ଲୋକଙ୍କୁ ସମ୍ପୂର୍ଣ ମାଗଣାରେ ଏହି ଚିକତ୍ସା କରାଯିବା ସହ ଔଷଧ, ଚଷମା ମାଗଣା ଦିଆଯିବ ବୋଲି କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ କହିଛନ୍ତି। ଏହି ଶିବିରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଭଗବାନ ପଣ୍ଡା, ଆଶିଷ କୁମାର ସାହୁ, ଉତ୍ତମାରାଣୀ ବାଡ଼ତ୍ୟା, ଲିଜାରାଣୀ ସେଠି, ମିସ ଏଜିଲା ରାଣୀ, ସୌନ୍ଦରାଜନ ପ୍ରମୁଖ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରିଥିଲେ।

ଚତୁର୍ଭୁଜ ସାହୁ, ପ୍ରତାପ ରୁଦ୍ର ପାତ୍ର, ଭଗବାନ ଦାଶ, ଶ୍ରୀନାରାୟଣ ପାତ୍ର ସହଯୋଗ କରିଥିବା ବେଳେ ବ୍ୟବସାୟୀ ସଂଘ ସଭାପତି ସମିର କୁମାର ପାଢୀ, ଏବଂ ସମ୍ପାଦକ ସନ୍ତୋଷ କୁମାର ଆଚାର୍ଯ୍ୟ ଶିବିର ଆୟୋଜନ କରିବା ସହ ପରିଚାଳନା କରିଥିଲେ। ନିୟମିତ ଏଭଳି ଚକ୍ଷୁ ଚିକିତ୍ସା ଶିବିର ନିୟମିତ କରାଯିବା ସହ ଯେଉଁ ମାନଙ୍କ ପରଳ ଚିକିତ୍ସା କରାଯାଇଛି ସେଇ ମାନଙ୍କ ନିୟମିତ ପରୀକ୍ଷା କରାଯିବା ବ୍ୟବସ୍ଥା କରାଯିବ ବୋଲି ବ୍ୟବସାୟୀ ସଂଘ ସଭାପତି ସମିର କୁମାର ପାଢୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର