ବ୍ରହ୍ମପୁର: ବ୍ରହ୍ମପୁରରେ ଠାବ ହୋଇଛି ନକଲି ଇଂଜିନ୍ ଅଏଲ୍ କାରଖାନା। ଟାଉନ୍ ଥାନା ଅନ୍ତର୍ଗତ ନୀଳାଦ୍ରିବିହାରରେ ପୁଲିସ ଚଢ଼ଉ କରି ଏହି କାରଖାନା ଠାବ କରିଛି। ପୁଲିସ ସେଠାରୁ ପ୍ରାୟ ୧୫/୧୮ପେଟି ବିଭିନ୍ନ ନାମୀ କମ୍ପାନିର ନକଲି ଇଂଜିନ୍ ଅଏଲ୍ ଜବତ କରିଛି। ଏଠାରେ ନକଲି ଅଏଲ୍ ପ୍ରସ୍ତୁତ କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିଲା ବୋଲି ପୁଲିସ କହିଛି। ଏସଂକ୍ରାନ୍ତରେ ଟାଉନ୍ ଥାନାରେ କେସ୍ ନମ୍ବର ୨୫୭/୨୦ରେ ମହମ୍ମଦ ଇଜାଜ୍ ନାମକ ଯୁବକଙ୍କୁ ଗିରଫ କରିଛି।
/sambad/media/post_attachments/wp-content/uploads/2020/12/oil-3-1024x768.jpg)
ସେହିପରି ଚାଲାଣରେ ବ୍ୟବହୃତ ଏକ କାର୍ ମଧ୍ୟ ଜବତ ହୋଇଛି। ଟାଉନ୍ ଥାନା ପୁଲିସର ଏକ ଟିମ୍ ଆଜି ସକାଳେ ଗାଡ଼ି ଯାଞ୍ଚ କରୁଥିଲା। ସନ୍ଦେହରେ ଏକ କାର୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ କାର୍ ଡିକିରୁ ୩ ପେଟି ଇଂଜିନ୍ ଅଏଲ୍ ଜବତ ହୋଇଥିଲା। ସେହି ଅଏଲ୍ କିଣିବା ସମ୍ପର୍କିତ କୌଣସି କାଗଜପତ୍ର ନଥିବାରୁ ପୁଲିସକୁ ସନ୍ଦେହ ହୋଇଥିଲା। ଫଳରେ ପୁଲିସ ଗାଡ଼ି ଚାଳକ ଇଜାଜ୍ଙ୍କୁ ଅଧିକ ପଚରାଉଚରା କରିଥିଲା। ଶେଷରେ ସେଗୁଡ଼ିକ ନକଲି ଇଂଜିନ୍ ବୋଲି ସେ ସ୍ବୀକାର କରିଥିଲେ। ନୀଳାଦ୍ରିବିହାର ସ୍ଥିତ ଏକ ଘରେ ଏହି ଅଏଲ୍ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା।
ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି, ଟାଉନ୍ ଥାନାଧିକାରୀ ସୁରେଶ ତ୍ରିପାଠୀ ପ୍ରମୁଖ ସେଠାରେ ଚଢ଼ଉ କରିଥିଲେ। ଯାଞ୍ଚ ପରେ ସେହି ଘରୁ ବିପୁଳ ପରିମାଣ ନକଲି ତେଲ, ବିଭିନ୍ନ କମ୍ପାନିର ଲେବଲ୍, ମେସିନ୍, ପ୍ଲାଷ୍ଟିକ୍ ବୋତଲ ଓ ଠିପି ଜବତ ହୋଇଥିଲା। ସେଠାରୁ ୩୭୪ ଲିଟର୍ ଇଂଜିନ୍ ଅଏଲ୍ ଓ ବହୁ କଞ୍ଚାମାଲ ଜବତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/oil-2.jpg)