ଜିଲ୍ଲାରେ ୪୧୬୮ ଭୁତଚାଷୀ ଚିହ୍ନଟ : ସର୍ବାଧିକ କୋଟପାଡ଼ରେ ୧୨୧୨ ଚିହ୍ନଟ

ଜୟପୁର: ରବି ମଣ୍ଡି ପାଇଁ ଏହାରି ମଧ୍ୟରେ ଭୁତ ଚାଷୀ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ଡିଆରସିଏସ୍ (ଜିଲ୍ଲା ଆଂଚଳିକ ସମବାୟ ସମିତି) ପକ୍ଷରୁ ଦାୟିତ୍ବ ଦିଆଯାଇଥିଲା। ରବି ମଣ୍ଡିରେ ୧୫ଟି ଲ୍ୟାମ୍ପ, ୧୫ଟି ଏସଏଚଜି ଓ ୨ଟି ପାଣି ପଂଚାୟତ କ୍ରୟକାରୀ ସଂସ୍ଥା ଜରିଆରେ ୧୯ହଜାର ୩୫୬ଜଣ ଚାଷୀ ପଂଜିକରଣ କରିଥିଲେ। ସର୍ଭେରେ ଜିଲ୍ଲାରେ ୪୧୬୮ଜଣ ଭୁତ ଚାଷୀ ବୋଲି ଡିଆରସିଏସ୍ ଚିହ୍ନଟ କରିଛି। ଏଥିରେ ସର୍ବାଧିକ କୋଟପାଡ ଲ୍ୟାମ୍ପର ୧୨୧୨ଜଣ ଭୁତ ଚାଷୀଙ୍କୁ ବାଦ୍ ଦିଆଯାଇଥିବା ଡିଆରସିଏସଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେଭଳି ଉମୁରୀ ଲ୍ୟାମ୍ପରୁ ୪୯୨, ବୋରିଗୁମ୍ମା ଲ୍ୟାମ୍ପରୁ ୩୯୬,କୁନ୍ଦ୍ରା ଲ୍ୟାମ୍ପରୁ ୩୪୯, ନାରାୟଣପାଟଣା ଲ୍ୟାମ୍ପରୁ ୪୦୭,କୁମୁଲିପୁଟ ଲ୍ୟାମ୍ପରୁ ୧୪୫, କାମତା ଲ୍ୟାମ୍ପସରୁ ୧୧୯, ପ୍ରଗତି ଏସଏଚଜିରୁ ୧୬୪,ଲକ୍ଷ୍ମୀନାରାୟଣ ଏସଏଚଜିରୁ ୧୦୯ ଜଣ ଏଭଳି ସବୁ କ୍ରୟକାରୀ ସଂସ୍ଥାରୁ ଭୁତଚାଷୀ ଚିହ୍ନଟ କରି ପଂଜୀକରଣକୁ ବ୍ଲକ କରାଯାଇଛି। ଡୁମୁରୀପୁଟ୍ ଲ୍ୟାମ୍ପସରୁ ଜଣେ, ଲକ୍ଷ୍ମୀପୁର ଲ୍ୟାମ୍ପରୁ ୮ଜଣ, କୁନ୍ଦୁଲି ଲ୍ୟାମ୍ପସରୁ ୪ଜଣଙ୍କୁ ଚିହ୍ନଟ କରାଯାଇଛି।

ବଳକା ସବୁ କ୍ରୟକାରୀ ସଂସ୍ଥାରେ ୨ଅଙ୍କର ଭୁତଚାଷୀଙ୍କୁ ଚିହ୍ନଟକରି ପଂଜୀକରଣକୁ ବାତିଲ୍ କରାଯାଇଛି। ତେବେ କିଛି ଚାଷୀ ସର୍ଭେ ଠିକ ହୋଇନଥିବାକୁ ନେଇ ଅଭିଯୋଗ କରିଛନ୍ତି। ସେମାନଙ୍କର ସବୁ ଜମିରେ ଚାଷ ହୋଇଥିଲେ ହେଁ ବାଦ୍ ଦିଆଯାଇଛି ବୋଲି ଜିଲ୍ଲାପାଳଙ୍କ ନିକଟରେ ଚାଷୀ ନିତ୍ୟାନନ୍ଦ ଗଲରୀ, ସୁରେନ୍ଦ୍ର ନାଥ ତ୍ରିପାଠୀ ଓ ଗୋବିନ୍ଦ ଶତପଥୀ ଅଭିଯୋଗ କରିଛନ୍ତି।

ଜିଲ୍ଲାରେ ୧୯ହଜାର ୩୫୬ଜଣ ଚାଷୀଙ୍କର ପଂଜୀକରଣ ଯାଂଚ କରି ସମବାୟ, ଆରଆଇ, ଓ କୃଷି ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ କ୍ଷେତ୍ର ପରିଦର୍ଶନ କରି ସାଟେଲାଇଟରେ ଫଟୋ ଉଠାଯିବା ପରେ ୪୧୬୮ଜଣ ଚାଷୀଙ୍କର ପଂଜୀକରଣକୁ ବାଦ୍ ଦିଆଯାଇଛି ବୋଲି କହିଛନ୍ତି ଡିଆରସିଏସ୍ ସିଏଚ୍ ଭବାନୀ ପ୍ରସାଦ। ଜମିରେ ଧାନ ଚାଷ ନ ହେଉଣୁ ପଡିଆ ପଡିଥିବା ଜମି କିଭଳି ମଣ୍ଡିରେ ଧାନ ବିକ୍ରୀ ପାଇଁଚାଷୀ ପଂଜୀକରଣ କାଏମ ରହିବ କି ବୋଲି ଡିଆରସିଏସ୍ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର