ବାଲେଶ୍ୱର: ବିଦେଶୀ ମଦ କାରଖାନା ଠାବ, ୨ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଅନ୍ତର୍ଗତ କଶିପଦା ଗ୍ରାମେ ଅବକାରୀ ବିଭାଗ ଚଢ଼ାଉ କରି ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।
ବାଲେଶ୍ୱର ଜିଲ୍ଲା ଅପକାରୀ ଅଧିକ୍ଷକ ମନୋଜ ସେଠୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରୁପସା କଶିପଦା ଗ୍ରାମରେ ନକଲି ମଦ ପ୍ରସ୍ତୁତ ହେଉଥିବା ଠୋସ ସୂଚନା ପାଇ ଆଜି ଭୋର ଭୋରରୁ ଅବକାରୀ କର୍ମଚାରୀମାନେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୮୦ ଲିଟର ଚୋରା ସ୍କିରିଟ୍‌, ଖାଲି ବୋତଲ, ମଦ ତିଆରି ପାଇଁ ସ୍ପିରିଟ୍‌ରେ ମିଶା ଯାଉଥିବା ରଙ୍ଗ, ବିଭିନ୍ନ କମ୍ପାନିର ଖାଲି ମଦ ଠିପି, ୪ଟି ଏଟିଏମ କାର୍ଡ, ଗୋଟିଏ ନମ୍ବର ବିହୀନ ଆକ୍ଟିଭା ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ରୁପସା ନୀଳମଣି କଲେଜର ଯୁକ୍ତ ୩ ଛାତ୍ର ଗଦାଧର ବଢ଼େଇ ଓ ତାଙ୍କ ମାଆ ପ୍ରମିଳା ବଢ଼େଇଙ୍କୁ ଗିରଫ କରାଯାଇଛି

ସମ୍ବନ୍ଧିତ ଖବର