୩ ନକଲି ମାଓବାଦୀ ଗିରଫ

ଭବାନିପାଟଣା : ନିଜକୁ ସିପିଆଇ (ମାଓବାଦୀ) ସଂଗଠନର ସଦସ୍ୟ କହି ଲୋକମାନଙ୍କୁ ବଟି ମାଗୁଥିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଓ ୨ ଜଣ ନାବାଳକ ଥିବା ଜଣାଯାଇଛି ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁଦକରଞ୍ଜା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଆଗରେ ପୋଷ୍ଟର ମାରି ତାଙ୍କୁ ୨୪ ଘଣ୍ଟାରେ ୨୦ ହଜାଟ ଟଙ୍କା ଦେବାକୁ ଧମକ ଦେଇଥିଲେ । ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ତାଙ୍କୁ ଧମକ ଦିଆଯାଇଥିଲା । ଏହି ଧମକକୁ ଡରି ସଂପୃକ୍ତ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିଥିଲେ । ତେବେ ପରେ ତାଙ୍କର ସଂଦେହ ହେବାରୁ ସେ ପୁଲିସରେ ଅଭିଯୋଗ କରିଥୁଲେ । ପୁଲିସ ଏହି ମାମଲାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ପୋଷ୍ଟରକୁ ଜବତ କରିଛି ।

ସମ୍ବନ୍ଧିତ ଖବର