ଜୟପୁର: ଜିଲ୍ଲାର ଜୟପୁର, ବୈପାରୀଗୁଡା,ଲମତାପୁଟ, କୁନ୍ଦ୍ରା, ବୋରିଗୁମ୍ମା, କୋଟପାଡ ଆଦି ଏନଏସି, ବ୍ଲକ ଓ ପୌରା˚ଚଳ ସହ ଆମ୍ବାଗୁଡା, କୁମୁଲିପୁଟ, କୁମୁଲି, କାମତା ଆଦି ବିଭିନ୍ନ ଛୋଟ ବଡ ଗାଁରେ ନିଷିଦ୍ଧ ଓ ନକଲି ଔଷଧ ବିକ୍ରି ସାଙ୍ଗକୁ କ୍ବାକ୍ କ୍ଲିନିକ ଓ ବେଆଇନ୍ ପାଥଲ୍ୟାବ୍ ହିଁ ଏବେ ଅଂଚଳବାସୀଙ୍କ ସାହାରା ପାଲଟିଛି। ଡାକ୍ତରଖାନାକୁ ଗଲେ କୋଭିଡ୍ ପରୀକ୍ଷା କରିବାକୁ କୁହାଯାଉଥିବାରୁ ଲୋକେ ଏବେ ଏମାନଙ୍କ ଉପରେ ବେଶି ମାତ୍ରାରେ ଭରସା କରିବାରେ ଲାଗିଛନ୍ତି। ଏହି ସୁଯୋଗରେ କ୍ବାକ୍ ମାନେ ନିଷଦ୍ଧ ଓ ନକଲି ଔଷଧର ବିକ୍ରି ବ୍ୟାପକ ଭାବେ କରୁଛନ୍ତି।

Advertisment

ଗତ କିଛି ଦିନ ହେବ ରାଜ୍ୟର କିଛି ପ୍ରମୁଖ ସହର ଗୁଡ଼ିକରୁ ଓଡିଶାରୁ ଏହା ପ୍ରତ୍ୟେକ ଦିନ ଆସୁଛି। ଏହା ସାଙ୍ଗକୁ ଅନଭିଜ୍ଞ ଟେକନିସିଆନ୍ ମାନେ ବେଆଇନ୍ ପାଥଲ୍ୟାବ ଖୋଲିଛନ୍ତି। ଯାହାକି ଲୋକଙ୍କ ପାଇଁ କାଳ ହୋଇଛି। ଏମାନେ ଠିକ ଭାବେ ଯା˚ଚ କରି ନ ପାରି ମିଛ ସତ ରିପୋର୍ଟ ଦେଇ ଦେଉଥିବା ଅଭିଯୋଗ ହୋଇଛି। ସେଭଳି ନକଲି ଔଷଧ କ˚ପାନିର ପ୍ରତିନିଧି ମାନେ ସ୍ଥାନୀୟ ଔଷଧ ଦୋକାନୀ ମାନଙ୍କୁ ଧାର୍ଯ୍ୟ ଦର ଠାରୁ ତିନି ଗୁଣା ଲାଭରେ ଔଷଧ ଦେଉଛନ୍ତି। ସେଭଳି ଏହି ଔଷଧକୁ କିଛି ଡାକ୍ତର ମାନେ ନିୟମିତ ଭାବେ ରୋଗୀଙ୍କ ପାଇଁ ଲେଖୁଛନ୍ତି।

ସେଭଳି କିଛି ଫାର୍ମଶିଷ୍ଟ ଓ କ୍ବାକ୍ ମାନେ ବି ଏହି ନକଲି ଔଷଧକୁ ହିଁ କାମରେ ଲଗାଉଛନ୍ତି। କେତେକ ଔଷଧ ବ୍ୟବସାୟୀ ଜିଲ୍ଲା କିମ୍ବା ଜିଲ୍ଲା ବାହାରର ଓ କିଛି ବାହାର ରାଜ୍ୟରେ ଫାର୍ମସୀ କ˚ପାନୀରେ କାମ କରୁଥିବା ଫାର୍ମସୀ ଛାତ୍ରଙ୍କ ଠାରୁ ଫାର୍ମଶିଷ୍ଟ ପ୍ରମାଣପତ୍ର ଆଣି ଏମାନେ ଦୋକାନ ଖୋଲୁଛନ୍ତି। ତେବେ ଏହି ଦୋକାନ ଗୁଡିକରେ ଫାର୍ମାଶିଷ୍ଟ ମାନେ ଉପସ୍ଥିତ ରହିବା ଜରୁରୀ ହୋଇଥିଲେ ହେଁ ଏହା ଦେଖିବାକୁ ମିଳୁନି। ଏପରିକି ନିଷିଦ୍ଧ ଔଷଧ ଗୁଡିକ ଅବାଧରେ ଏହି ସବୁ ଔଷଧ ଦୋକାନ ଗୁଡିକରେ ବିକ୍ରି ହେଉଥିବା ନଜିର ରହିଛି।

ଏପରିକି ନିଶାଖୋର ଯୁବବର୍ଗ କରେକ୍ସ ଭଳି କପ ସିରଫଏଂବ ପେଣ୍ଟାଜୋସିନ୍ ଭଳି ଇଂଜେକ୍ସନ ବି ନେଉଛନ୍ତି। ଗତ କିଛି ଦିନ ତଳେ ଜୟପୁର ଟାଉନପୁଲିସ ଓ ଡ୍ରଗ୍ସ ବିଭାଗ ସହଯୋଗରେ ଏହାର ପର୍ଦ୍ଧାପାସ କରି ୪ଜଣଙ୍କୁ ଗିରଫ ବି କରିଥିଲା। ସେଭଳି କିଛି ଡାକ୍ତର ମାନେ ବିନା ଲାଇସେନସ୍ ଧାରୀ ତଥା ଅନଭିଞ ପେଥୋଲୋଜୀ ସେଣ୍ଟର ମାଲିକଙ୍କ ସହ ସଲାସୁତରା କରି ସେଠାକୁ ରକ୍ତ, ମଳ,ମୁତ୍ର, କଫ, ଧାତୁ, ଚର୍ମ ଓ ଅନ୍ୟାନ୍ୟ ପରୀକ୍ଷା କରିବାକୁ ପଠାଉଛନ୍ତି। ଏମାନେ ମିଛ ସତ କହି ଲୋକଙ୍କୁ ଠକୁଛନ୍ତି।

ଏସବୁର ପରୀକ୍ଷା ଘଣ୍ଟା ଘଣ୍ଟା ଧରି ବିଶେଷଞ ଡାକ୍ତର କରିବା ଆବଶ୍ୟକ। ତେବେ ଗୋଟିଏ ଷ୍ଟଲ ମଧ୍ୟରେ କିଭଳି ଓ କେଉଁ ପରିସ୍ଥିତିରେ ଏହି ସବୁ ଲ୍ୟାବ୍ ଚାଳିଛି ତାହା ତଦନ୍ତ ସାପେକ୍ଷ। ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ଯା˚ଚ କରାଗଲେ କିଭଳି ନିଶିଦ୍ଧ ଔଷଧ ବିକ୍ରୀ ଚାଳିଛି , କ୍ବାକ୍ ମାନେ କିଭଳି ରୋଗୀଙ୍କୁ ଶୋଷଣ କରୁଛନ୍ତି, ଡାକ୍ତର ମାନେ କିଭଳି ରୋଗୀଙ୍କ ପାଇଁ ନିଶିଦ୍ଧ ଔଷଧ ଲେଖିବା ସହ ବାରମ୍ବାର ପାଥଲ୍ୟାବକୁ ପଠାଉଛନ୍ତି ତାହାର ସ୍ପଷ୍ଟ ଚିତ୍ର ବାହାରକୁ ଆସିବ ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।