ନକଲି କରୋନା ଔଷଧର ପ୍ରଭାବ ଗଞ୍ଜାମ ଓ ଗଜପତିରେ ନାହିଁ: ଔଷଧ ବ୍ୟବସାୟ ସ˚ଘ ସମ୍ପାଦକ

ପାରଳାଖେମୁଣ୍ତି: ଗତ ୧୦ ଏବ˚ ୧୧ ତାରିଖ ଦିନ ରାଜ୍ୟ ଭେଷଜ ନିୟନ୍ତ୍ରଣ ଅଧିକାରୀ (ଡ୍ରଗସ୍‌ କଣ୍ଟ୍ରୋଲର) ନିର୍ଦ୍ଧିଷ୍ଟ ଭାବେ କିଛି ଖବରପାଇବା ପରେ କଟକରେ କିଛି ଔଷଧ ଦୋକାନ ଉପରେ ଚଢାଉ କରିବା ପରେ ସେଠାରୁ ପ୍ରାୟ ୭୦ ଲକ୍ଷ ଟଙ୍କାର କରୋନା ଚିକିତ୍ସା ପାଇଁ ନକଲି ‘‘ଫାବିପିରାଭିର‌୍‌’’ ବଟିକା ଏବ˚ ‘‘ ହାଇଡ୍ରକ୍ସିକ୍ଲୋରକୁଇନ୍‌’’ ବଟିକା ଜବତ କରିଛନ୍ତି । ପ୍ରଥମ ଥର ପାଇଁ ଓଡିଶାରେ ନକଲି କରୋନ ଔଷଧ ଧରାପଡିଥିବା ବେଳେ ଏହା ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ।

ଗଜପତି ଜିଲ୍ଲା ପରିପ୍ରେକ୍ଷୀରେ ଏପରି ଚିନ୍ତା ଅଧିକ କାରଣ ଗତ ମାସରେ ଆନ୍ଧ୍ରା ଭେଷଜ ନିୟନ୍ତ୍ରଣ ଅଧିକାରୀ ଏବ˚ ପୁଲିସର ମିଳିତ ଚଢାଉ ପରେ କରୋନା ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଅନେକ ନକଲି ଇଞ୍ଜେକ୍ସନ ଧରା ପଡିଛି । ଏଥି ପୂର୍ବରୁ ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟ ଗୁଡିକରେ ମଧ୍ୟ କରୋନା ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଅନେକ ନକଲି ଔଷଧ ବିଭିନ୍ନ ସମୟରେ ଧରାପଡୁଛି । ଗଜପତି ଜିଲ୍ଲାର ଅନେକ ରୋଗୀ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ବିଶେଷ କରି ବିଶାଖାପାଟଣା, ହାଇଦ୍ରାବାଦ ଇତ୍ୟାଦି ସହରକୁ ଯାଉଛନ୍ତି ।

ସେହିପରି ଗଜପତି ଜିଲାର ବହୁ ସ˚ଖ୍ୟାରେ ଲୋକେ ପଶ୍ଚିମବଙ୍ଗରେ ଶ୍ରମିକ ଭାବେ ବିଭିନ୍ନ କାରଖାନାରେ କାମ କରୁଛନ୍ତି । ଏହି ବ୍ୟକ୍ତି ମାନଙ୍କୁ ଏଠାକୁ ଆସିବା ପରେ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ଔଷଧ ଗୁଡିକ ଉକ୍ତ ସ୍ଥାନରୁ ମଗାଇବା ପାଇଁ ବାଧ୍ୟ ହେଉଛନ୍ତି ।ଏହି ଔଷଧ ଗୁଡିକର ମାନ ସମ୍ପର୍କରେ କିମ୍ବା ସେହି ଗୁଡିକ ଅସଲି କି ନକଲି ଜାଣିବା ଉଦ୍ଦେଶ୍ୟରେ ସାଧାରଣ ଲୋକଙ୍କ ନିକଟରେ ଏପରି କୌଣସି ବ୍ୟବସ୍ଥା ନାହିଁ । ଗଜପତି ଜିଲ୍ଲାରେ ପ୍ରାୟ ୨୦୦ ଔଷଧ ଦୋକାନ ରହିଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ହେଉଛନ୍ତି ଖୁଚୁରା ବ୍ୟବସାୟୀ । ଗଜପତି ଜିଲ୍ଲା ଔଷଧ ବ୍ୟବସାୟ ସ˚ଘର ସମ୍ପାଦକ ଜେ.ସୋମଶେଖର ନକଲି ଔଷଧ ସମ୍ପର୍କରେ ଆଲୋଚନା ବେଳେ ସୂଚନା ଦେଇଛନ୍ତି କି ନିର୍ଦ୍ଧିଷ୍ଟ ଲାଇସେନ୍ସ ଥିବା ଔଷଧ ଦୋକାନରୁ ଲୋକେ ସାମଗ୍ରୀ କ୍ରୟ କରିବା ପାଇଁ ସବୁବେଳେ ଚିନ୍ତା କରିବା ଦରକାର । ଅଧିକା˚ଶ ସମୟ ଗ୍ରାହକ ମାନେ ଶସ୍ତା କିମ୍ବା ଡିସ୍‌କାଉଣ୍ଟରେ ଔଷଧ କ୍ରୟ କରିବା ପାଇଁ ଚିନ୍ତା କରୁଥିବା ଯୋଗୁଁ ଏହାର ଫାଇଦା ଉଠାଉଛନ୍ତି ନକଲି ଔଷଧ ପ୍ରସ୍ତୁତକାରୀ ମାନେ ।

ଯେଉଁ ନକଲି ଔଷଧ ଗୁଡିକ କଟକରେ ଡ୍ରଗସ ନିର୍ଦ୍ଦେଶାଳୟ ଧରିଛନ୍ତି ତାହା ଗଞ୍ଜାମ କିମ୍ବା ଗଜପତିରେ ପ୍ରଚଳନ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଉତ୍କଳ କେମିଷ୍ଟ ଏଣ୍ତ ଡ୍ରଗିଷ୍ଟ ଏସୋସିଏସୋନର ସଭାପତି ପି.ସତ୍ୟନାରାୟଣା । ସେ କହିବା ଅନୁସାରେ ଗଞ୍ଜାମ ଓ ଗଜପତିରେ ଔଷଧ ବ୍ୟବସାୟ ସ˚ଗଠନ ଅତ୍ୟନ୍ତ ସକ୍ରିୟ ଥିବାବେଳେ ଭେଜାଲ କିମ୍ବା ନକଲି ଔଷଧ ସମ୍ପର୍କରେ ବାରମ୍ବାର ସଚେତନତା, କର୍ମଶାଳା ଓ ବୈଠକ ଆୟୋଜନ କରାଯାଉଛି । ସମସ୍ତ ଔଷଧ ବ୍ୟବସାୟୀ ମାନଙ୍କୁ ବିନା ବିଲରେ ଔଷଧ କ୍ରୟ ନକରିବା ପାଇଁ ନିବେଦନ କରିବା ସହ ଅଜଣା ଔଷଧ ବ୍ୟବସାୟୀଙ୍କ ଠାରୁ କୌଣସି ପ୍ରକାର ସମ୍ପର୍କ ନରଖିବା ପାଇଁ ନିବେଦନ ମଧ୍ୟ କରାଯାଉଛି । ସ˚ଗଠନର ଏପରି ନିୟମାବଳୀକୁ ଯେକୌଣସି ଔଷଧ ବ୍ୟବସାୟୀ ଉଲ୍ଲଘ˚ନ କରିଲେ ତାଙ୍କର ସ˚ଗଠନର ସଦସ୍ୟତା ରଦ୍ଧ କରିବା ସହ ଭେଷଜ ନିର୍ଦ୍ଦେଶାଳୟକୁ ମଧ୍ୟ ବିଭିନ୍ନ ତଥ୍ୟ ପ୍ରଦାନ କରାଯାଉଛି।

ଗଜପତି ଜିଲ୍ଲାର ଯେଉଁ ବ୍ୟକ୍ତି ମାନେ ବିଭିନ୍ନ ଔଷଧ ବାହାର ରାଜ୍ୟରୁ କ୍ରୟ କରୁଛନ୍ତି ସେମାନେ ସମ୍ପୁର୍ଣ୍ଣ ରସିଦ ସହ ଔଷଧ କିଣିବେ ଏବ˚ ଡାକ୍ତରଙ୍କର ପରାମର୍ଶ ଅନୁସାରେ ଔଷଧ ବ୍ୟବହାର କରିଲେ ନକଲି କିମ୍ବା ଭେଜାଲ ଔଷଧ ଜାଲରେ ଫସିବେ ନାହିଁ ବୋଲି ସୂଚନା ଦେଇଛନ୍ତି ଉତ୍କଳ କେମିଷ୍ଟ ଏବ˚ ଡ୍ରଗିଷ୍ଟ ଏସୋସିଏସୋନର ସମ୍ପଦକ ପ୍ରଶାନ୍ତ ମହାପାତ୍ର ।

ସମ୍ବନ୍ଧିତ ଖବର