ରାଉରକେଲା: ନାଲାରୋଡ୍‌ ରାଜା ଷ୍ଟ୍ରିଟ୍‌ରୁ ପୁଣି  ନକଲି ମୋବିଲ୍‌(ଇଞ୍ଜିନ ଅଏଲ) କାରଖାନା ଠାବ ହୋଇଛି। ପ୍ଲାଣ୍ଟସାଇଟ୍‌ ପୁଲିସ କାରଖାନାରେ ଚଢ଼ଉକରି ବିପୁଳ ପରିମାଣର ଖାଲି ବୋତଲ, ଠିପି, ବାର୍‌କୋଡ୍‌, ନାମୀଦାମୀ କମ୍ପାନୀର ଲେବୁଲ୍‌, ନକଲି  ଅଏଲ୍‌ ଜାର୍‌ ଆଦି ଜବତ କରିଛି।

Advertisment

ଚଢ଼ଉ ପରେ କାରଖାନା ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। କେତେଦିନ ଧରି ନକଲି କାରଖାନା ଚାଲୁଥିଲା? କେଉଁକେଉଁ ଅଞ୍ଚଳକୁ ଏସବୁ ନକଲି ସାମଗ୍ରୀ ଚାଲାଣ ହେଉଥିଲା? ଏହି କାରବାରରେ କେତେ ଜଣଙ୍କର ସମ୍ପୃକ୍ତି ରହିଛି ଆଦି ବିଷୟରେ ପୁଲିସ ତଦନ୍ତ ଚଳାଇଛି। 

ସୂଚନାଯୋଗ୍ୟ ଯେ, ୨୦୨୩  ମାର୍ଚ୍ଚ ୨୦ରେ ‌ଏହି ଜାଗାରୁ ନକଲି ମୋବିଲ୍‌ କାରଖାନା ଠାବ ହୋଇଥିଲା। ମାଲିକ ତସ୍‌ଲିମ୍‌ ଆରିଫକୁ ପୁଲିସ ଗିରଫକରି କୋର୍ଟଚାଲାଣ କରିଥିଲା।

ବର୍ଷକ ପରେ ପୁଣି ସେହିସ୍ଥାନରେ ନକଲି ମୋବିଲ୍‌ ତିଆରି ହେଉଥିବାରୁ ତସ୍‌ଲିମ୍‌ ଚଳାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କାରଖାନା ତସ୍‌ଲମ୍ ନାଁ ଅନ୍ୟ କେଉଁମାନେ ଚଳାଉଥି‌ଲେ ପୁଲିସ ତା’ର ତଦନ୍ତ କରୁଛି।

label

ଅଧିକ ପଢ଼ନ୍ତୁ:ଘଣ୍ଟାଏ ବର୍ଷା : ୩ ବସ୍ତିରେ ପଶିଲା ପାଣି, ସ୍ଥାନୀୟବାସିନ୍ଦାଙ୍କ ରାସ୍ତାରୋକୋ

 ୨୦୨୩ ମାର୍ଚ୍ଚ ୨୧ରେ ପ୍ଳାଣ୍ଟସାଇଟ୍‌ ପୁଲିସ ବିପୁଳ ପରିମାଣର ନକଲି ଇଞ୍ଜିନ୍‌ ଅଏଲ୍‌ ଜବତ କରିଥିଲା। ଜବତ ମଧ୍ୟରେ ରହିଥିଲା ୧୨୮୧ ବୋତଲ(୧ ଲିଟର ଲେଖାଏଁ) ମୋବିଲ୍‌, ଶହଶହ ସଂଖ୍ୟାରେ ଖାଲି ବୋତଲ, ୨୦୦୦ରୁ ଅଧିକ ଠିପି, ୬ଟି ପ୍ଲାଷ୍ଟିକ୍ ଜାର୍‌ ଭର୍ତ୍ତି ନକଲି ମୋବିଲ୍, ନାମୀଦାମୀ କମ୍ପାନୀର ଲେବୁଲ ଓ ନକଲି ମୋବିଲ୍‌ ତିଆରିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ। ଜବତ ମୋବିଲର୍‌ ଆନୁମାନିକ ବଜାର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଥିଲା। ମୁଖ୍ୟ ଅଭିଯୁକ୍ତ ତସଲିମ୍ ଆରିଫକୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିଲା।

ଅଧିକ ପଢ଼ନ୍ତୁ:ଲାଠିକଟାରେ ପ୍ରତିଷ୍ଠା ହେବ କୃଷିଭିତ୍ତିକ ଶିଳ୍ପ