୪ ନକଲି ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୁଲିସ ୪ ଜଣ ନକଲି ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି।ଏହି ନକଲି ନକ୍ସଲମାନେ ଲୋକଙ୍କୁ ଭୟଭିତ କରାଇ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ମାଗୁଥିଲେ। ପୁଲିସ ଏହି ବିଷୟରେ ଜାଣିବା ପରେ ଜଣେ ନକଲି ନକ୍ସଲକୁ ଗିରଫ କରିଥିଲା। ପରେ ଅନ୍ୟ ତିନି ଜଣ ଜାତୀୟ ରାଜପଥରେ ଛିଡା ହୋଇଥିବା କହିବା ପରେ ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ମଧ୍ୟ କାବୁ କରିଥିଲା।

ଏମାନେ ନକ୍ସଲ ନାମରେ ଚିଠି ଲେଖିବା ସହ ୧୦ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ମାଗୁଥିଲେ ନଚେତ ଜୀବନରେ ମାରିଦେବାର ଭୟ ଦେଖାଉଥିଲେ। ତେଲେଙ୍ଗାନା ମାଓ ସଚିବ ଦାମୋଦର ନାମରେ ଏହି ଚିଠି ଲେଖାଯାଉଥିଲା। ପୁଲିସ ତୁରନ୍ତ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇଛି ଯେ ନକ୍ସଲ ନାମରେ ଯଦି କେବେ ମଧ୍ୟ ଚିଠି ଆସେ ତୁରନ୍ତ ପୁଲିସ ସହ ଯୋଗାଯୋଗ କରନ୍ତୁ।

ସମ୍ବନ୍ଧିତ ଖବର