ମାଲକାନଗିରି: ମାଲକାନଗିରି ପୁଲିସ ଆଜି ଜଣେ ନକଲି ନକ୍ସଲକୁ ଗିରଫ କରିଛି। ବୈପାରିଗୁଡା ଗ୍ରାମର କୁମ ଗଲୋରୀ ନାମକ ବ୍ୟକ୍ତି ମାଲକାନଗିରି ବାସିନ୍ଦା କେ.ରାମୁ ନାମକ ବ୍ୟବସାୟୀଙ୍କୁ ନକ୍ସଲ କହୁଥିବା ନେଇ ଭୟ ଦେଖାଇବା ସହ ୧୦ ଲକ୍ଷ ଏବଂ ମାଓବାଦୀଙ୍କ ପାଇଁ ୨୫ ହଳ ପୋଷାକ ୱେବ ଜୋତା ଦେବା ପାଇଁ ଦାବି କରିଥିଲା। କେ ରାମୁ ଙ୍କ ଫୋନକୁ ବାରମ୍ବାର ଫୋନ କରି ଭୟଭୀତ କରିବା ସହ ଟଙ୍କା ନଦେଲେ ପରିଣାମ ଭୋଗିବା ନେଇ ଧମକ ମଧ୍ୟ ଦେଉଥିଲା। ଏନେଇ ରାମୁ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା।ଯେଉଁ ଫୋନରେ କୁମ ଗଲୋରି ଫୋନ କରି ଡ଼ରାଉଥିଲା। ତାକୁ ପୁଲିସ ଟ୍ରାକ କରି କୁମ ପର୍ଯ୍ୟନ୍ତ ପହଞ୍ଚିଥିଲା। ପୁଲିସ ଆଜି କୁମକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।
ନକ୍ସଲ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଥିଲା ଯୁବକ, ଗିରଫ କଲା ପୁଲିସ
/sambad/media/post_attachments/wp-content/uploads/2022/08/IMG-20220814-WA0039-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)