ବାଲେଶ୍ୱର: ବିଭିନ୍ନ ସ୍ଥାନ ଚଢ଼ଉ କରି ଦେଢ଼ଲକ୍ଷ ଟଙ୍କାର ଜାଲ ନୋଟ ଜବତ କଲା ପୁଲିସ

ସୋର: ବାଲେଶ୍ୱର ଜିଲ୍ଲାର ବିଭିନ୍ନସ୍ଥାନରେ ପୁଲିସ ଚଢ଼ଉ କରି ଦେଢ଼ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିବା ସହିତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ୫ଜଣଙ୍କୁ ପୁଲିସ ବାଲେଶ୍ୱରର ସହଦେବଖୁଣ୍ଟା, ସଦର ଥାନା ଅଞ୍ଚଳ, ସୋର ଓ ନୀଳଗିରି ଅଞ୍ଚଳରୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ବାଲେଶ୍ୱର ଜିଲ୍ଲାର ସିମୁଳିଆର ଖିରିକୋଣା ସେବା ସମବାୟ ସମିତିରେ ବିଷ୍ଣୁ ନାୟକ ନାମକ ଜଣେ ବ୍ୟକ୍ତି ଦେଢ଼ ଲକ୍ଷ ଟଙ୍କା ଜମା କରୁଥିବା ବେଳେ ସେଥିରୁ ୪୪ହଜାର ଟଙ୍କାର ଜାଲ ନୋଟ ଥିଲା ବୋଲି ଜଣାପଡ଼ିଥିଲା। ଏହାପରେ ପୁଲିସ ବିଷ୍ଣୁଙ୍କୁ ଅଟକ ରଖି ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ଉ ସମୟରେରେ ପୁଲିସ ଦେଢ଼ ଲକ୍ଷ ଟଙ୍କାର ଜାଲ୍‌ ନୋଟ ସହିତ ଗୋଟିଏ କାର ଓ ବାଇକ୍‌ ଜବତ କରିଥିଲା। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସତ୍ୟନାରାୟଣ ପଣ୍ଡା, ତାରାକାନ୍ତ ବିଶ୍ୱାଳ, ସଲିମ୍‌, ଏସ୍‌.କେ. ରିଜୁଆନ ଓ ମନୋରଞ୍ଜନ ବାରିକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର