ବାଲେଶ୍ୱର: ବାଲେଶ୍ୱର ସରକାରୀ ଆଇଟିଆଇ କଲେଜରେ ରବିବାର ଓଜେଇ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦେଉଥିବା ବେଳେ ଦୁଇଜଣ ନକଲି ପରୀକ୍ଷାର୍ଥୀ ଶିଳ୍ପାଞ୍ଚଳ ପୁଲିସ ହାତରେ ଧରାପଡ଼ିଛନ୍ତି। ଶିଳ୍ପାଞ୍ଚଳ ପୁଲିସ ନକଲି ପରୀକ୍ଷାର୍ଥୀ ବିନୋଦ ସିଂହ ଓ ପଙ୍କଜ କୁମାର ଓରଫ ସଞ୍ଜୀବକୁ ଅଟକ ରଖି ପଚରାଉଚରା ଜାରି ରଖିବା ସହିତ ସେମାନଙ୍କ କାଗଜ ପତ୍ର ଯାଞ୍ଚ କରୁଛି। ବିନୋଦ ସିଂହଙ୍କ ବୟସ ୧୯ ବର୍ଷ ଓ ଘର ବାଲେଶ୍ୱର ସେରଗଡ଼ ଅଞ୍ଚଳରେ ହୋଇଥିବା ବେଳେ ପଙ୍କଜ କୁମାର ଓରଫ ସଞ୍ଜୀବଙ୍କ ବୟସ ୨୦ବର୍ଷ ଓ ଘର ବିହାରରେ ବୋଲି ଜଣାପଡ଼ଛି।
ସୂଚନାଯୋଗ୍ୟ, ଅଟକ ଥିବା ବିନୋଦ ସିଂ ବାଲେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା ପଢ଼ୁଥିବା ବେଳେ ସଞ୍ଜୀବ୍ କୁମାର ବିବାହରର ପଟେଲ କଲେଜରେ ଯୁକ୍ତ ତିନିର ଛାତ୍ର । ତେବେ ପ୍ରଦୀପ୍ତ ମଣ୍ଡଳଙ୍କ ନାମରେ ବିନୋଦ ସିଂହ ଓ ପ୍ରାଂଶୁ ପ୍ରଶାନ୍ତଙ୍କ ବଦଳରେ ପଙ୍କଜ କୁମାର ଓରଫ ସଞ୍ଜୀବ ପରୀକ୍ଷା ଦେଉଥିବା ବେଳେ ଆଇଟିଆଇ କଲେଜ ପ୍ରିନ୍ସପାଲ ଜାଣି ପାରି ଶିଳ୍ପାଞ୍ଚଳ ପୁଲିସକୁ ଖବର ଦେଇଥିଲେ। ଶିଳ୍ପାଞ୍ଚଳ ପୁଲିସ କଲେଜରେ ପହଞ୍ଚି ଦୁଇଜଣ ପରୀକ୍ଷାର୍ଥୀଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି।