ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ନକଲି ଜର୍ଦା କାରବାର ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏସଟିଏଫ ଆଜି ଆକସ୍ମିକ ଚଢାଉ କରିଥିଲା । ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ଜର୍ଦା ଓ ତମାଖୁ ଜବତ କରାଯାଇ ଖୋର୍ଦ୍ଧା ଜିଲ୍ଲା ନୂଆସାଣି ପୁଲିସ ଷ୍ଟେସନ ଅଧିକାରୀ ମାନସ ପୃଷ୍ଟି ଭାରତୀୟ ଦଣ୍ଡିବିଧାନ ଆଇନ ଅନୁଯାୟୀ ଧାରା ୩୭୯/ ୪୧୧/୪୧୭/୪୨୦ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।
ସେହିପରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆସ୍ଥିତ ପିଚୁକୋଳି ପୁଲିସ ଷ୍ଟେସନର ଅଧିକାରୀ ମନୋଜ କୁମାର ସାହୁ ବିପୁଳ ମାତ୍ରାର ଜର୍ଦା ଓ ତମାଖୁ ଜବତ କରିଛନ୍ତି। ଦୁଇଟି ଭିନ୍ନଭିନ୍ନ ଘଟଣାରେ ଜବତ ହୋଇଥିବା ଜର୍ଦା ଓ ତମାଖୁର ଓଜନ ପାଖାପାଖି ୩କୁଇଣ୍ଟାଲ ହେବା ସହିତ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/1b3ebca8-903c-4d98-8ede-6de251db2cb4.jpg)