ନୟାଗଡ଼: ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନାମରେ କେହି ସାଇବର ଠକ ଠକେଇ ଉଦ୍ୟମ କରୁଛି। ଜିଲ୍ଲାପାଳଙ୍କ ନାମରେ ଏକ ମେଲ୍ ଆଇଡି ଖୋଲି ଏଥିରୁ କିଛି ଲୋକଙ୍କୁ ଆମାଜନ୍ ଗିଫ୍ଟ୍ କାର୍ଡ ପାଇଁ ଟଙ୍କା ପ୍ରଦାନ କରିବାକୁ ମେଲ୍ ପଠାଇଛି । ଜିଲ୍ଲାପାଳ ଏ ବିଷୟରେ ଅବଗତ ହେବା ପରେ ଆଜି ରାତି ପ୍ରାୟ ୧୦ଟାରେ ଟୁଇଟ୍ କରି ଏସମ୍ପର୍କରେ ନୟାଗଡ଼ ଏସ୍ପିଙ୍କୁ ଜଣାଇଛନ୍ତି। ଏସ୍ପି ଏହାର ଅନୁସନ୍ଧାନ କରୁଥିବା ଜଣାଯାଇଛି। ତାଙ୍କ ନାମରେ ଏଭଳି ମେଲ୍ ପାଇଥିବା ବ୍ୟକ୍ତିମାନଙ୍କୁ ଏହି ମିଛ ମେଲ୍କୁ ଅଣଦେଖା କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।
This is to inform all.Please do not respond to any email you receive with my name (Dr.Poma Tudu, I.A.S) as the undersigned requesting you to pay for Amazon gift card.This is a FAKE MESSAGE and a PHISHING SCAM.Please be aware of frauds like these.@spnayagarh
— Collectorate Nayagarh (@AdmnNayagarh) September 29, 2020