ଆନନ୍ଦପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆନନ୍ଦପୁର ପୌରାଞ୍ଚଳ ଫକୀରପୁରରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଚାରିଜଣ ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ଦଶହରା ସମୟରୁ କୌଣସି କାରଣକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଆଜି ଛକର ଏକ ସେଲୁନକୁ ଜଣେ ଯୁବକ ଆସିଥିବା ବେଳେ ଅନ୍ୟ ଗୋଷ୍ଠୀର ଯୁବକମାନଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଗୋଟିଏ ଗୋଷ୍ଠୀର ସଚିନ ଯେନା, ବିଶ୍ବମ୍ବର ଯେନା ଓ ଅନ୍ୟ ଗୋଷ୍ଠୀର ଶରଣ ରାଉଳ, ବିଶ୍ବଜିତ ସାହାଣୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନନ୍ଦପୁର ପୁଲିସ ଘଟଣାର ତଦନ୍ତ କରୁଛି।
ଫକୀରପୁରରେ ଗୋଷ୍ଠୀସଂଘର୍ଷ
/sambad/media/post_attachments/wp-content/uploads/2023/11/140f1dde-1bff-4268-98f9-3c8fa738a2db.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)