ପୁରୀ: ଟୁରିଷ୍ଟ ବସ୍‌ ଓଲଟି ୧୦ଯାତ୍ରୀ ଆହତ

ପୁରୀ: ପୁରୀ ଦାଣ୍ଡମୁକୁନ୍ଦପୁର ନିକଟସ୍ଥ ଭୋଗୁଆ ବାଙ୍କରେ ସୋମବାର ଅପରାହ୍ନରେ ଏକ ଟୁରିଷ୍ଟ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ବସ୍‌ରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ପିପିଲି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଜୟରାମ ମୋର୍ଟସ୍‌ ବସ୍‌ଟି ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଦାଣ୍ଡମୁକୁନ୍ଦପୁର ନିକଟସ୍ଥ ଭୋଗୁଆ ବାଙ୍କରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସ୍‌ ଭିତରେ ବସିଥିବା ଯାତ୍ରୀମାନେ ଭୟରେ ଚିତ୍କାର କରିଥିଲେ। ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକେ ଘଟଣାସ୍ଥଳକୁ ଦୌଡି ଆସି ଆହତଙ୍କୁ ସାହାଯ୍ୟ କରିବା ସହ ଉଦ୍ଧାର କରି ପିପିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣା ଘଟିବା ପରେ ବସ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବା ସୂଚନା ମିଳିଛି। ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି। ସାମନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର