ବିଚାରପତିଙ୍କ ମୃତ୍ୟୁ ପରେ ପତ୍ନୀ ବିୟୁଟି ଓ ଶଳାଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କଟକ: ଗତକାଲି ବିଚାରପତିଙ୍କ ଆତ୍ମହତ୍ୟା ଘଟଣା ଏବେ ଭିନ୍ନ ମୋଡ ନେଇଛି। ଆତ୍ମହତ୍ୟା ନୁହେଁ ହତ୍ୟା ଅଭିଯୋଗ ଆଣିଛନ୍ତି ବିଚାରପତିଙ୍କ ପରିବାର ଲୋକ। ଏଭଳି ଏକ ଅଭିଯୋଗ ଆଣିଛନ୍ତି ସୁବାସ ବିହାରୀଙ୍କ ମା ତୁଳସୀ ବିହାରୀ ଏବଂ ଭାଇ ସୁବୋଧ ବିହାରୀ। ସୁବାସ ବିହାରୀଙ୍କ ଶଳା ଏବଂ ତାଙ୍କ ସ୍ତ୍ରୀ ଅପରାଜିତା ରାୟ(ବିୟୁଟି) ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ।ଏ ନେଇ କଟକର ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି |

ସୁବାସଙ୍କ ପରିବାର ଲୋକଙ୍କ କହିବା ମୁତାବକ ତାଙ୍କର ବୈଷ୍ଣବ ସମ୍ପ୍ରଦାୟରେ ମୃତଦେହକୁ କବର ଦେବାର ପ୍ରଥା ଥିବାବେଳେ ତାଙ୍କ ପରିଵାରକୁ ଦୂରରେ ରଖି ପୁରୀରେ ମୃତଦେହ ଶେଷକୃତ୍ୟ କରାଯାଇଛି। ସୂଚନାଯୋଗ୍ୟ, ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ତଥା ଅତିରିକ୍ତ ଦୌରାଜଜ୍ ସୁବାସ କୁମାର ବିହାରୀ (୪୯)ଙ୍କର ସିଡିଏ ସେକ୍ଟର ୯ ସ୍ଥିତ କ୍ବାର୍ଟର୍ସରୁ ତାଙ୍କର ମୃତଦେହକୁ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ପ୍ରାଥମିକ ଭାବେ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲା । ଆଉ ଏବେ ସୁବାସଙ୍କ ପରିବାର ସଦସ୍ୟ ତାଙ୍କ ପତ୍ନୀ ଓ ଶଳାଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି |

ସମ୍ବନ୍ଧିତ ଖବର