କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ସମ୍ବାଦ ପ୍ରତିନିଧି ବିଶ୍ବଜିତ ବିଶ୍ବାଳଙ୍କ ପରିବାରବର୍ଗଙ୍କୁ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଆଇନ୍-୨୦୦୬ ଅଧୀନରେ ବିଭାଗ ପକ୍ଷରୁ ଆଜି ତାଙ୍କ ପତ୍ନୀ ସୁଜାତା ପରିଡାଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର। ‘ସମ୍ବାଦ’ ଓ ବିଶ୍ବଜିତଙ୍କ ପରିବାରବର୍ଗଙ୍କ ପକ୍ଷରୁ ଜିଲ୍ଲାପାଳ ଅବଦ୍ଦାଲ ଏମ. ଅଖତର, ଡିଆଇପିଆରଓ ସ୍ବାରଜ୍ୟ ଶିଶାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଚଳିତ ବର୍ଷ ମେ ମାସ ୧୮ ତାରିଖରେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା।
ଅନ୍ୟପକ୍ଷରେ ‘ପ୍ରମେୟ’ର କୋରାପୁଟ ଜିଲ୍ଲାପ୍ରତିନିଧିଙ୍କ ପତ୍ନୀ ସବିତା ମଞ୍ଜରୀ ମାନସିଂହଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।