ୟୁକ୍ରେନରେ ଫସିଛନ୍ତି ଛାତ୍ରଛାତ୍ରୀ, ଉଦ୍ଧାର ପାଇଁ ପରିବାରବର୍ଗଙ୍କ ଆକୂଳ ନିବେଦନ

କୋରାପୁଟ: ପୂର୍ବ ୟୁରୋପର ୟୁକ୍ରେନର ପୁରୁଣା ରାଜଧାନୀ ଖାରଖିଭ୍‌ରେ ଫସିଛନ୍ତି ଓଡ଼ିଶ‌ାର ୮ ଜଣ ଛାତ୍ରଛାତ୍ରୀ। ସେଥିରେ କୋରାପୁଟ ଜିଲ୍ଲାର ପ୍ରଜ୍ଞା ଲିପ୍ସା ପାତ୍ର, ସୁନୀଲ ସେନାପତି, ସାହିନ ବେଗମ୍‌, ସଞ୍ଜୟ ପାତ୍ର, ନତାଷା ମହାକୁଡ ଓ ବାଲେଶ୍ବର ଶ୍ରୀମାନ ଅଗସ୍ତି, ପୁରୀର ସତ୍ୟବ୍ରତ ସାହୁ ଓ ଯାଜପୁରର ଅଚ୍ୟୁତାନନ୍ଦ ସ୍ବାଇଁ ରହିଛନ୍ତି। ଖାରଖିଭ୍‌ ନ୍ୟାଶନାଲ ମେଡିକାଲ ବିଶ୍ବବିଦ୍ୟାଳୟରେ ନତାଷା ତୃତୀୟ ବର୍ଷର ଛାତ୍ରୀ ହୋଇଥିବାବେଳେ ପ୍ରଜ୍ଞା, ସାହିନ, ସୁନୀଲ, ଶ୍ରୀମାନ, ସତ୍ୟବ୍ରତ ଓ ଅତ୍ୟୁତାନନ୍ଦ ଏମବିବିଏସର ଚତୁର୍ଥବର୍ଷ ପଢୁଥିବାବେଳେ ସଞ୍ଜୟ ତୃତୀୟ ବର୍ଷର ଛାତ୍ର। ପ୍ରଜ୍ଞା, ସୁନୀଲ, ସାହିନ୍‌ ଓ ସଞ୍ଜୟଙ୍କ ଘର କୋରାପୁଟ ଜିଲ୍ଲା ଜୟପୁର ସହର କୁମ୍ଭାର ସାହି ଓ ମେନ୍‌ ରୋଡରେ ହୋଇଥିବା ନତାଷାଙ୍କ ଘର କୋଟପାଡରେ ବୋଲି ଜଣାପଡିଛି। ତେବେ କୋରାପୁଟରେ ରହିଥିବା ପରିବାର ଏବେ ଏହି ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତାରେ ରହିଛନ୍ତି।

Sambad

ପ୍ରଜ୍ଞା, ସାହିନ, ସଞ୍ଜୟ ଓ ନତାଷାଙ୍କ ପାଇଁ ତାଙ୍କ ପରିବାର ଚିନ୍ତିତ ରହିଥିବାବେଳେ କିପରି ଘରକୁ ଫେରିବେ ସେନେଇ ଉଭୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି। ତେବେ ପ୍ରଜ୍ଞା ଗତ ନଭେମ୍ବର ମାସରେ ଘରକୁ ଆସି ୟୁକ୍ରେନକୁ ଫେରିଥିଲେ। ସେହିପରି ସଞ୍ଜୟ ଓ ସାହିନ ମଧ୍ୟ ନିକଟରେ ଆସି ଫେରିଥିଲେ। ଏବେ ସେମାନେ ଖାରଖିଭ୍‌ର ଏକ ବିଲ୍ଡିଂ ବଙ୍କର ତଳେ ରହୁଥିବାବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରାର୍ଥନା କରିଛନ୍ତି। ଏବେ ଖାଦ୍ୟପଦାର୍ଥ ମହଜୁଦ ରହିଥିବାବେଳେ ଖୁବ କମ ସମୟରେ ମଧ୍ୟରେ ଏହା ମଧ୍ୟ ଶେଷ ହୋଇଯିବା ଆଶଙ୍କା ରହିଛି। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ସେମାନେ ଦାବି କରିଛନ୍ତି। ତେବେ ଭାରତ ସରକାର ପକ୍ଷରୁ ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ଓ ସୋଭାସ୍କିଆରୁ ଉଦ୍ଧାର କରିବାକୁ ଯୋଜନା ରହିଥିବାବେଳେ ଏହି ଦେଶ ଗୁଡିକ ପଶ୍ଚିମରେ ରହିଥିବାବେଳେ ଏହି ଛାତ୍ରଛାତ୍ରୀ ମାନେ ପୂର୍ବରେ ରହୁଛନ୍ତି। କିପରି ଏତେ ଗୁଡିଏ ରାସ୍ତା ଅତିକ୍ରମ କରି ସେଠାକୁ ଯିବେ ତାହାକୁ ନେଇ ଆଶା ଆଶଙ୍କା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର