ଦେବଗଡ଼: ବାରକୋଟ ବ୍ଲକ ଛକ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ଟାରେ ଭାରସାମ୍ୟ ହରାଇ ଏକ ଟ୍ରକ ଜଣଙ୍କ ଘର ଭିତରେ ପଶି ଯାଇଥିଲା। ତେବେ ସୌଭାଗ୍ୟକୁ ଏଥିରେ ଉକ୍ତ ପରିବାର ଲୋକଙ୍କ କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ୪୯ନଂ ଜାତୀୟ ରାଜପଥର ନିକଟରେ ଦେବଗଡ଼ ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଭାରାସାମ୍ୟ ହରାଇ ଡିଲେଶ୍ବର ସାହୁଙ୍କ ଘର ଭିତରକୁ ପଶିଯାଇଥିଲା। ଏଥିରେ ତାଙ୍କ ଘରର କାନ୍ଥ ଭାଙ୍ଗି ଯାଇଥିବାବେଳେ ପରିବାର ବର୍ଗ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଖବରପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ଘର ଭିତରକୁ ପଶିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାରଲୋକ
/sambad/media/post_attachments/wp-content/uploads/2020/12/791d6a36-5da5-4b8d-90c9-98951c310197.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)