ବରିଷ୍ଠ ଆଇନଜୀବୀ ଗୋଲାକ ପ୍ରସାଦ ରାୟଙ୍କର ୯୨ ବର୍ଷ ବୟସରେ ପ‌ରଲୋକ

ଭଦ୍ରକ: ଭଦ୍ରକର ସର୍ବ ବରିଷ୍ଠ ଅଧିବକ୍ତା, ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି, ରାଜ୍ୟ ଆଇନଜୀବୀ ପରିଷଦର  ପୂର୍ବତନ ସଭାପତି, ପ୍ରବୀଣ ସାହିତ୍ୟିକ ଗୋଲାକ ପ୍ରସାଦ ରାୟ ଶନିବାର ୯୨ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି। ସେ ୧୯୨୯ ଜାନୁଆରୀ ୩୦ ତାରିଖରେ ଭଦ୍ରକ ବ୍ଲକର କଲେଇ ପଂଚାୟତ ବଳଭଦ୍ରପୁରରେ ଜନ୍ମଲାଭ କରିଥିଲେ।

ସେ ୧୯୬୨ ମସିହାରୁ ଆଇନ ବ୍ୟବସାୟ ଆରମ୍ଭ କରି ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ, ନିଖିଳ ଉତ୍କଳ ଅଧିବକ୍ତା ସଂଘର ୨ଥର ସଭାପତି, ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ, ବରପଦା ଇଂଜିନିୟରିଂ ସ୍କୁଲ ଓ ଟେକ୍ନୋଲୋଜି କଲେଜର ସଭାପତି, ଭଦ୍ରକ ଓକିଲ ସଂଘର ୨ଥର ସଭାପତି ଓ ସାଧାରଣ ସମ୍ପାଦକ, ଭଦ୍ରକ କଲେଜ ପରିଚାଳନା ସମିତିର ସଦସ୍ୟ, ରାଜ୍ୟ ଜନତା ଦଳର ଭଦ୍ରକ ଶାଖାର ସଭାପତି, ସର୍ବଭାରତୀୟ ଚାହା ବୋର୍ଡର ସଦସ୍ୟ ହୋଇଥିଲେ। ତାଙ୍କର ଆତ୍ମ ଜୀବନୀ “ମାଇଁ ଷ୍ଟ୍ରଗଲ” ପାଇଁ ସେ ବେଶ ଚର୍ଚ୍ଚିତ ଥିଲେ। ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକମାନେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତାଙ୍କର ମୃତ୍ୟୁ ଖବର ପାଇବା ପରେ ଭଦ୍ରକର ବହୁ ଆଇନଜୀବୀ,ସମାଜ ସେବୀ,ରାଜନେତା,ବୁଦ୍ଧିଜୀବୀ ତାଙ୍କର ବୁଦ୍ଧ ବିହାର ସ୍ଥିତ ବାସ ଭବନକୁ ଯାଇ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ପ୍ରଦାନ କରି ଶେଷ ସମ୍ମାନ ପ୍ରଦର୍ଶନ କରିଛନ୍ତି। ବଡ଼ ପୁଅ ତଥା ଭଦ୍ରକ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାୟ,କନିଷ୍ଠ ପୁତ୍ର ଆଇନଜୀବୀ ପ୍ରଫୁଲ୍ଲ ରାୟ ଓ ପରିବାର ସଦସ୍ୟ ରାୟଙ୍କ ଅନ୍ତିମ ସତ୍କାର ନିକଟରେ ଉପସ୍ଥିତ ରହିଥବା ବେଳେ ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ କୁମାର ମହାପାତ୍ର, ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ବରିଷ୍ଠ ଅଧିବକ୍ତା ବସନ୍ତ ଦାସ, ଜତିକାନ୍ତ ନାୟକ, ଶରତ ଚନ୍ଦ୍ର ମହାପାତ୍ର, ରାଧାରାଣୀ ମହାପାତ୍ର, ନିତ୍ୟାନନ୍ଦ ଦାସ, ଗିରିଧାରୀ ନାଥ,ସନ୍ତୋଶ ମହାପାତ୍ର, ତ୍ୟାଗଭୂମୀ ତରଫରୁ ସଭାପତି ଅଜୟ ନାୟକ, ଅଦିବକ୍ତା ଗଦାଧର ବଳ,ବାର କାଉନସିଲ ସଦ ସଚୟ ପବନ ଶର୍ମା, ପ୍ରାଧ୍ୟାପକ ବଳରାମ ମିଶ୍ର, ରାଜକିଶୋର ସାହୁ ପ୍ରମୁଖ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ମର ଶରୀରକୁ ଆଇନଜୀବୀ ସଂଘ ହଲକୁ ଏକ ଶୋଭାଯାତ୍ରାରେ ନେଇ କଚେରୀ ହତା ମଧ୍ୟରେ ପରିକ୍ରମା କରାଯିବା ପରେ ବିଚାରପତିମାନେ ସେମାନଙ୍କ ଶେଷ ଦର୍ଶନ କରିବା ପରେ ଜନ୍ମିତ ଗାଁ ବଳଭଦ୍ରପୁରକୁ ନିଆଯାଇ ପାର୍ଥିବ ଶରୀରକୁ ଦାହ କରାଯାଇଛି।

ସମ୍ବନ୍ଧିତ ଖବର