ମୁଣ୍ଡାପଡା ପେକ୍ସରେ ତାଲା ପକାଇ ମଣ୍ଡିକୁ ବନ୍ଦକଲେ ଚାଷୀ

ଜହ୍ନପଙ୍କ : ବୌଦ୍ଧବ୍ଲକ୍‌ ମୁଣ୍ଡାପଡା ସେବା ସମବାୟ ସମିତି କାର୍ଯ୍ୟାଳୟ ଗେଟ୍‌ରେ ତାଲା ପକାଇ ବସିଛନ୍ତି ଚାଷୀମାନେ ଧାରଣା ବସିଛନ୍ତି l ଫଳରେ ଧାନ ମଣ୍ଡି ବାଧାପ୍ରାପ୍ତ ହୋଇଛି । ମୁଣ୍ଡାପଡା ମଣ୍ଡି ଆରମ୍ଭ ଦିନ ଠାରୁ ବିବାଦ ଘେରରେ ସମିତି ସମ୍ପାଦକ ଓ ସମିତିରେ ଡି.ଇ.ଓ. ଥିବା ତାଙ୍କର ପୁଅ ରହିଛନ୍ତି  l ଉଭୟ ବିରୋଧରେ ଦୁର୍ନୀତି ଓ ବେପାରୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ଆଣି ଚାଷୀ ମାନେ ବାରମ୍ବାର ଅଭିଯୋଗ କରୁଛନ୍ତି ।

ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଓ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ୩ ଦିନ ତଳେ ମୁଣ୍ଡାପଡା ଯାଇ ଚାଷୀ ମାନଙ୍କୁ ବୁଝା ଶୁଝା କରିବା ସହ ଚାଷୀ ମାନଙ୍କୁ ହଇରାଣ ଆଉ କରିବେ ନାହିଁ ବୋଲି ସମ୍ପାଦକ ବୃନ୍ଦାବନ ମହାକୁଡଙ୍କ ଠାରୁ ଲିଖିତ ସ୍ୱୀକାରୋକ୍ତି ପତ୍ର ଆଣିଥିଲେ । ଶୁକ୍ରବାର କେତେକ ଚାଷୀଙ୍କ ଧାନ ଉଠିଥିଲା ଏବଂ ଆଉ କେତେକ ଚାଷୀଙ୍କ ଧାନ ଉଠିପାରି ନଥିଲା l ଶନିବାର ରାତିରେ ଶୀତ କାକରରେ ମଣ୍ଡିରେ ଶୋଇଥିବା ଭୁକ୍ତାପଡା ଗ୍ରାମର ଚାଷୀ ହାରlନିଧି ପଟନାୟକ (୭୦) ଶୀତ କାକରରେ ତାଙ୍କ ଧାନ ଉଠି ପାରି ନଥିଲା, ଫଳରେ ସେ ମଣ୍ଡିରେ ଶୋଇ ଥିଲେ l  ଥଣ୍ଡା କାକରରେ ଶୋଇଥିବା ଯୋଗୁଁ ସେଇ   ଚାଷୀ ଗୁରୁତର ହୋଇ  ପଡ଼ିଥିଲେ l ଚାଷୀଙ୍କ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ସ୍ଥାନୀୟ  ଚାଷୀ ଭର୍ତି କରିଥିଲେ  l ଏହା ପରେ ସେଠାରେ ରବିବାର ସକାଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି ସକାଳୁ ପୁଣି ସମିତିର ଫାଟକରେ ତାଲା ପକାଇ ଚାଷୀମାନେ ବସିଛନ୍ତି । ଯେ ପର୍ଯ୍ୟନ୍ତ ମଣ୍ଡିରେ ସୃଷ୍ଟି ହେଉଥିବା ଅଚଳାବସ୍ଥାର ସମାଧାନ ନହେଲା  ପର୍ଯ୍ୟନ୍ତ ଚାଷୀମାନେ ତାଲା  ଖୋଲିବେ ନାହିଁ ବୋଲି ସୂଚନା ଦେଇଛନ୍ତି l    ଏଥିରେ କେତେକ ଚାଷୀ ନାମ ପଞ୍ଜିକରଣ ହୋଇ ନଥିବା ଚାଷୀ ମାନେ ଅଭିଯୋଗ  କରିଛନ୍ତି l  ଏନେଇ  ସମ୍ପାଦକ ବୃନ୍ଦାବନ ମହାକୁଡଙ୍କୁ  ଯୋଗାଯୋଗ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଆଜି ସନ୍ଧ୍ୟା ୬ ପର୍ଯ୍ୟନ୍ତ କୌଣସି ସରକାରୀ କର୍ମଚାରୀ ମଣ୍ଡି ସ୍ଥାନକୁ ଆସି ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l ଏହି ଧାରଣାରେ ଚାଷୀ ନବୀନ କୁମାର ପ୍ରଧାନ, ସୂର୍ଯ୍ୟନାରାୟଣ ମହାପାତ୍ର, ଧର୍ମୂଧର ପୋଡ଼, ବିଜୟ ନାଗ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗୁଣନିଧି ମାଲିକ ସମେତ ଶତାଧିକ ଚାଷୀ ଧାରଣାରେ ବସିଛନ୍ତି l

ସମ୍ବନ୍ଧିତ ଖବର