ଧାନ କିଣା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଫିସ ଭିତରେ ଚାଷୀଙ୍କ ଧାରଣା

ଟୋକନ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣିବା କଥା କହି ରାଜ୍ୟ ସରକାରଙ୍କ ପ୍ରତାରଣା

ଭଦ୍ରକ: ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ଦାବୀରେ ଆଜି ଭଦ୍ରକ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନର ଜିଲ୍ଲା ନେତୃବୃନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଜିଲ୍ଲାରେ ଚାଷୀମାନଙ୍କ ପାଖରେ ପଡି ରହିଥିବା ପ୍ରାୟ ୮୦୦୦ ମେଟ୍ରିକ ଟନ୍ ଧାନ ତୁରନ୍ତ କିଣିବା ପାଇଁ ଚାଷୀ ନେତାମାନେ ଅଡି ବସିଛନ୍ତି।
ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ ବିଧାନସଭା ପରିସରରେ ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପ୍ରତିଶ୍ରୁତି ଦେଇଥିଲେ ।କିନ୍ତୁ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଖରିଫ ଧାନ କିଣା ଶେଷ ହୋଇଛି ବୋଲି ଘୋଷଣା କରିବା ପରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସିରହିଛନ୍ତି । ଏହି ଧାରଣାରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭଦ୍ରକ ଜିଲ୍ଲା ଆବାହକ ବିକାଶ ନାଥ, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ନାୟକ, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟ ସିଂହ ନାୟକ, ଚାଷୀ ଗୌରାଙ୍ଗ ଯେନା, ବ୍ରଜବାସ ସାମଲ, ମିର୍ ଲୋକମାନ, ସୁରେନ୍ଦ୍ର ଦାଶ, ନରହରି ବିଶ୍ବାଳ, ଆଇନଜୀବୀ ପ୍ରଶାନ୍ତ ନାୟକ, ଆଇନଜୀବୀ ଗିରିଧାରୀ ନାଥ ପ୍ରମୁଖ ବସିରହିଛନ୍ତି । ସରକାର ଧାନ ନକିଣିବା ପର୍ଯ୍ୟନ୍ତ ଚାଷୀମାନେ ଧାରଣାରେ ବସିରହିବେ ବୋଲି କହିଛନ୍ତି ।
ସମ୍ବନ୍ଧିତ ଖବର