ନବରଙ୍ଗପୁର: ଉମରକୋଟ ଅଂଚଳରେ ଏକ ମାସ ହେବ ସାର ଅଭାବ । ଚାଷୀ ବାରମ୍ବାର ଦାବି କଲେବି କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟହୋଇ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଚାଷ ପାଇଁ ସାରର ଅଭାବ ହେବାରୁ ଏଭଳି ପରିସ୍ଥିତି ଉପୁଜିଛି । ଦୀର୍ଘ ଏକ ମାସ ହେବ ଉମରକୋଟରେ କୌଣସି ସାର ମିଳୁନାହିଁ । ଫଳରେ ଚାଷୀମାନେ ଚାଷ କାମକୁ ଅଧୁରା କରି ରଖିଛନ୍ତି । ବିଭିନ୍ନ ସ୍ଥାନରୁ ଧାର-କରଜ୍ ଆଣି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଶୀଘ୍ର ସାର ନମିଳିଲେ ଚାଷ ଉଜୁଡ଼ିଯିବାର ଆଶଙ୍କା ରହିଛି ।
/sambad/media/post_attachments/wp-content/uploads/2021/07/c3942b4c-7912-4cd5-9721-e3d17a647793.jpg)
ଆଜି ଶତାଧିକ ଚାଷୀ ଆଜି ଉମରକୋଟ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଅତିଶୀଘ୍ର ସାର ଯୋଗାଇ ଦିଆ ନଗଲେ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଏହି ଚାଷୀ ଆନ୍ଦୋଳନରେ ଚାଷୀଙ୍କ ସହ ସାମିଲ୍ ହୋଇଛନ୍ତି ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଚାଷୀଙ୍କୁ ସାର ନ ମିଳିବା ଯାଏ ରାସ୍ତାରୁ ହଟିବେ ନାହିଁ ବୋଲି ପ୍ରଦୀପ କହିଛନ୍ତି । ସେ ସାର ଅଭାବକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବର୍ତମାନ ରାଜରାସ୍ତାରେ ପ୍ରଦୀପ ମାଝୀଙ୍କ ସହ ଚାଷୀଙ୍କୁ ବୁଝେଇବା ପାଇଁ ପ୍ରଶାସନ ପକ୍ଷରୁରୁ ଚେଷ୍ଟା ଜାରି ରହିଛି । କିନ୍ତୁ ବର୍ତ୍ତମାନ ଯାଏ କୌଣସି ସୁଫଳ ମିଳିନାହିଁ । ବର୍ତ୍ତମାନ ରାସ୍ତାରେ ଉଭୟ ପାର୍ଶ୍ଵରେ ସହ ସହ ଗାଡି ମୋଟର ଅଟକି ରହିଛି । ଯାତାୟାତ ବାଧାପ୍ରାପ୍ତ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/0c8015c5-7058-4cbe-9399-f403da80f8ee.jpg)