୭ ଦଫା ଦାବିରେ ତେଜିଲେ ଚାଷୀ ସଙ୍ଗଠନ, ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରିଲେ ଅନଶନ

ପ୍ରଧାନମନ୍ତ୍ରୀ ଫସଲ ବୀମା ରିପୋର୍ଟ ନେଇ ଉଠିଲା ପ୍ରଶ୍ନ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଦାବି ନେଇ ମଙ୍ଗଳବାର ଠାରୁ ଅର୍ନିଦିଷ୍ଟ କାଳ ପାଇଁ ରିଲେ ଅନଶନ କରିବ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ। ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନର କର୍ମକର୍ତ୍ତାମାନଙ୍କ ସହିତ ସମ୍ବଲପୁର ଜିଲ୍ଲାର ଚାଷୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନରେ ବସିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାନଯିବା ପର୍ଯ୍ୟନ୍ତ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହା ଜାରି ରହିବ। ଏଥିସହିତ ୨୦୧୮ ପରେ ୨୦୧୯ ମସିହାରେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ଚାଷୀଙ୍କୁ ଅନଶନ କରିବାକୁ ପଡ଼ିଛି।

ବର୍ଷେ ବିତିଲା, ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୨ଟି ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ମିଳି ପାରିଲା ନାହିଁ। ଚଳିତ ବର୍ଷ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ୪୯ ପଞ୍ଚାୟତର ୧୨ ହଜାର ଚାଷୀ ଏଥିରୁ ବାଦ ପଡ଼ିବା ଆଶଙ୍କା ହୋଇଛି। ଏଥିସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ କ୍ଷତି ଅନୁସାରେ ଟଙ୍କା ମିଳିଲା ନାହିଁ। ଚାଷୀ ସଙ୍ଗଠନ ଅନୁସାରେ, କୁଚିଣ୍ଡା ଉପଖଣ୍ଡ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ୧୬୦ କୋଟି ଟଙ୍କା ପାଇବାକୁ ହକଦାର। ଏକମାତ୍ର କୁଚିଣ୍ଡା ରାଜ୍ୟର ଏକମାତ୍ର ଉପଖଣ୍ଡ ଯେଉଁଠି ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତି ନେଇ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶିତ ହୋଇ ନାହିଁ। ଏହା ବିରୋଧରେ କୁଚିଣ୍ଡା ମହାବନ୍ଦ ଏବଂ ରେଳରୋକୋ କରାଯାଇଥିଲେ ମଧ୍ୟ କୌଣସି ଲାଭ ହୋଇ ନାହିଁ। ବରଂ ବର୍ତ୍ତମାନ ରାଜ୍ୟ ସରକାର ନିଜ ମୁଣ୍ଡ ଉପରୁ ଦାୟିତ୍ୱ ଖସାଇବା ପାଇଁ ଏହାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇ ଦେଇଛନ୍ତି।

ରାଜସ୍ୱ, କୃଷି, ପରିସଂଖ୍ୟନ ଏବଂ ବୀମା କମ୍ପାନିର ମିଳିତ ଆକଳନରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ଦିଆଯାଏ। ଏହି ୩ ବିଭାଗ ରାଜ୍ୟ ସରକାର ବିଭାଗ ଅନ୍ତର୍ଗତରେ ଆସୁଥିବାବେଳେ କେନ୍ଦ୍ର ସରକାର ଏଥିରେ କଣ କରିପାରିବେ ବୋଲି ପ୍ରଶ୍ନ କରିଛି। କେବଳ କୁଚିଣ୍ଡା ନୁହେଁ ସମଗ୍ର ଜିଲ୍ଲାରେ କ୍ରପ କଟିଂ ରିପୋର୍ଟ ଆଧାରରେ ଖରିଫ ଫସଲର ବୀମା ଅର୍ଥ ପ୍ରଦାନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଘରୋଇକରଣ ବନ୍ଦ କର, ସ୍ୱାମୀନାଥନ କମିଶନର ସୁପାରିଶ ଅନୁଯାୟୀ ଧାନର ଦରବୃଦ୍ଧି, ମଣ୍ଡି ବ୍ୟବସ୍ଥାକୁ ସମୁନ୍ନତ ବିକେନ୍ଦ୍ରିତ ଓ ମଜଭୁତ କରି ଧାନ ବିକ୍ରି ସମସ୍ୟାକୁ ଦୂର, ଗହମର ଦର ବଢିଲା ଧାନ ଦର ବୃଦ୍ଧି, ଓଡ଼ିଶା ଚାଷୀଙ୍କୁ ବୋନସ, ଚାଷୀ ଖାଉଟି ଓ ଦେଶ ବିରୋଧୀ ‘ରିଜିଓନାଲ କମ୍ପରିହେନ୍‌ସିଭ ଇକୋନୋମିକ ପାର୍ଟନରଶିପ ଫ୍ରି ଟ୍ରେଡ଼ ଏଗ୍ରିମେଣ୍ଟ’ରୁ କେନ୍ଦ୍ର ସରକାର ବିରତ ହେବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର