କୋରାପୁଟ: ଅଦା, ଶୁଣ୍ଠି ଓ ମକା ପରେ ଏବେ ଚିନା ବାଦାମର ଅଭାବି ବିକ୍ରି। କୋରାପୁଟ ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମିରୁ ଚାଷୀ ଚିନା ବାଦାମ ଉତ୍ପାଦନ କରିଛି। ହେଲେ ଅଭାବି ବିକ୍ରି ଯୋଗୁଁ ଟନ୍ ଟନ୍ ଚିନା ବାଦାମ ଜମିରେ ଗଜା ହେଉଛି। ଆଉ କେତେକ ସ୍ଥାନରେ ଅମଳ ଚିନା ବାଦେମ ସୁଖି ନଷ୍ଟ ହେଉଛି। ପ୍ରତିବର୍ଷ ବ୍ୟବସାୟୀ ମାନେ ସିଧାସଳଖ ଚାଷୀଙ୍କ ଠାରୁ ବାଦାମ କିଣିଥାନ୍ତି। ଏଥର କିନ୍ତୁ ସରକାର କୋରାପୁଟ ଜିଲ୍ଲାରେ ମଣ୍ଡି ଖୋଲିବେ ଖୋଲିବେ କହୁଥଇଲେ ମଧ୍ୟ ବାଦାମ କିଣି ନ ଥିବାରୁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଲେକେ। ହେଲେ ଆଜି ଯାଏଁ ଜିଲ୍ଲାରେ ମଣ୍ଡିର ଦେଖା ନାହିଁ। ବିଲରେ ପଡିଛି ଚିନା ବାଦାମ। କେତେବେଳେ ପ୍ରବଳରେ ବର୍ଷାରେ ତ କେତେବେଳେ ଟାଣ ଖରାରେ ବାଦାମ ନଷ୍ଟ ହେଉଛି। କେତେକ ସ୍ଥାନରେ ଅଦିନିଆ ଝଡବର୍ଷା ଭୟରେ ଝାଳ ବୁହା ଫସଲକୁ ତୋଳି ନେବାରେ ଲାଗିଛି ଚାଷୀ।
ଫସଲ ବିକ୍ରି ପାଇଁ ବଜାର ସୁବିଧା ନଥିବାରୁ କଷ୍ଟ ଉପାର୍ଜିତ ଚିନାବାଦାମକୁ ନେଇ ହଟହଟା କୋରାପୁଟ ଜିଲ୍ଲାର ଚାଷୀକୁଳ। ପୁରୁଣା ବୋରିଗୁମ୍ମାର ଗାଁର ଆଦିବାସୀ ଚାଷୀ ଅର୍ଜୁନ ନାଇକ। ୨ ଏକର ଜମିରେ ବାଦାମ ଚାଷ କରିଥିଲେ। ଏବେ ପିଲା ଛୁଆଙ୍କୁ ଧରି ଫସଲ ଅମଳ କରିଛନ୍ତି। ହେଲେ ବାଦାମ କିଣିବାକୁ କୌଣସି ସରକାରୀ ବାବୁ କି ବ୍ୟବସାୟୀ ଆସୁ ନଥିବାରୁ ବିଲରେ ହିଁ ବାଦାମ ଜଗି ରହିଛନ୍ତି ଅର୍ଜୁନ। ଅର୍ଜୁନଙ୍କ ଭଳି ଜିଲ୍ଲାର ହଜାର ହଜାର ଚାଷୀ କରଜ କରି ବାଦାମ ଚାଷ କରିଥିଲେ। ଅମଳ ଭଲ ହୋଇଥିବା ବେଳେ ବଜାର ଅଭାବରୁ ବାଦାମ ବିକ୍ରି ହୋଇନପାରି ଗଜା ହୋଉଛି। ବିକ୍ରିବଟାର କୌଣସି ସୁବିଧା ନଧିବା ବେଳେ ଅଦିନିଆ ବର୍ଷା ଭୟରେ ବିଲରେ ଥିବା ଚିନା ବାଦାମକୁ ଓପାଡି ନେବାକୁ ବାଧ୍ୟ ହୋଉଛନ୍ତି ଚାଷୀ। ସରକାରୀ ତଥ୍ୟ କହୁଛି, କୋରାପୁଟ ଜିଲ୍ଲାରେ ଚଳିତବର୍ଷ ୫୦ ହେକ୍ଟର ଚାଷ ଜମିରେ ଚିନା ବାଦାମ ଚାଷ ହୋଇଥିଲା।
/sambad/media/post_attachments/wp-content/uploads/2022/09/kpt-chinna-badam-2.jpg)
ଏବେ ସୁଦ୍ଧା ପ୍ରାୟ ୮୦୦ରୁ ଅଧଇକ ଚାଷୀଙ୍କଠାରୁ ୨୫ ହେକ୍ଟର ଜମିରୁ ବାଦାମ ଅମଳ ହୋଇଛି। ତେବେ ଏଥର ଚାଷୀଙ୍କ ଠାରୁ ବାଦାମ କିଣିବା ପାଇଁ ମଣ୍ଡି କରାଯିବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ଏବେଯାଏ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଇ ପାରି ନ ଥିବା ଜଣାପଡିଛି। ଅନ୍ୟ ଜିଲ୍ଲାରେ କୃଷୀ ବିଭାଗ କ୍ୱିଣ୍ଟାଲ ପିଛା ୪ ହଜାର ୪ଶହ ୫୦ ଟାଙ୍କ ଦରରେ ବାଦାମ କିଣୁଥିବାବେଳେ ଅଭାବ ବିକ୍ରିର ଶିକାର ହେଉଛନ୍ତି ଚାଷୀ। ହେଲେ ଏବେ ବାଦାମ ଅମଳ ହୋଇ ନଷ୍ଟ ହବାକୁ ବସିଥିବା ବେଳେ ମଣ୍ଡିର ଦେଖାନାହିଁ କି କୃଷି ବିଭାଗର କୌଣସି ଖବର ନାହିଁ। କୋରାପୁଟ ଜିଲ୍ଲାରୁ ପ୍ରତି ବର୍ଷ ୩ ରୁ ୪ ଲକ୍ଷ କୁଇଣ୍ଟାଲ ଚିନା ବାଦାମ ବାହାର ରାଜ୍ୟକୁ ରପ୍ତାନୀ ହୋଉଛି। ବଜାର ସୁବିଧା ନଥିବା ବେଳେ ଉଚିତ ମୂଲ୍ୟ ମିଳୁନଥିବାରୁ ଆସ୍ତେ ଆସ୍ତେ ଚାଷୀ ବାଦାମ ଚାଷ ଠାରୁ ମୁହଁ ଫେରାଇଲେଣି। ଏନେଇ ସିଡିଏଓ ପ୍ରଭାତ କୁମାର ସାମଲ କରିଛନ୍ତି ଯେ ଆମ ଜିଲ୍ଲାରେ ୨୦୨୧-୨୨ ରେ ୫୦ ହେକ୍ଟର ଜମିରେ ଚିନା ବାଦାମ ଚାଷ କରାଯାଇଥିବାବେଳେ କିଛି କିଛି ସ୍ଥାନ ଅମଳ ହେଲାଣି। ଅଭାବୀ ବିକ୍ରିର ଅଭିଯୋଗ ଆସିନାହିଁ ଆସିଲେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।