ଯାଜପୁର: ଋଣଭାରରେ ଅତିଷ୍ଟ ହୋଇ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଅଭୟପୁର ପଞ୍ଚାୟତର ଦିଗମ୍ବରପୁର ଗ୍ରାମର ଯୁବ ଚାଷୀ ଶିଶିର ଖଟୁଆ(୩୮ ବର୍ଷ) ବେକରେ ଫାଶି ଳଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ପଞ୍ଚନାମା କରିବା ସହିତ ବ୍ୟବଛେଦ ବ୍ୟବସ୍ଥା କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପରିବାର ଲୋକଙ୍କ ଠାରୁ ମିଳିଥିିବା ସୂଚନାରୁ ପ୍ରକାଶ, ଶିଶିର ଖଟୁଆ ନିଜେ ପାୟ ୪ /୫ ଏକର ଜମି ଚାଷ କରିଛନ୍ତି। ଏଥିପାଇଁ ସେ ବିଭିନ୍ନ ଲୋକଙ୍କ ଠାରୁ ହାତ ଉଧାରି କରିଥିଲେ। ତେବେ ଋଣ ଶୁଝି ପାରିବାର କୌଣସି ବିକଳ୍ପ ନ ପାଇ ଶଶିର ଗତକାଲି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଘରେ ପରିବାର ଲେକେ ଶୋଇପଡ଼ିପବା ପରେ ବାହାର ପଟୁ କବାଟ ଦେଇ ଶିଶିର ପଦାକୁ ଯାଇ ଅନ୍ୟ ଏକ ଆଜବେଷ୍ଟସ ଘରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ଆଜି ସକାଳେ କବାଟ ବାହାରୁ ଦିଅଯାଇଥିିବା ଜାଣି ପରିବାର ଲୋକେ ପାଟି କରିବାରୁ ଗାଁ ଲୋକେ ଆସି କବାଟ ଖୋଲିଥିଲେ। ପରେ ଜଣାପଡ଼ିଥିଲା ଯେ ଶିଶିର ଆଜବେଷ୍ଟ ଘରେ ଫାଶି ଲଗାଇ ଦେଇଛନ୍ତି। ସଙ୍ଗେସଙ୍ଗ ତାଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ଠୋରେ ମୃତ ଘୋଷଣା କରିଛନ୍ତି।
ଯାଜପୁର: ବେକରେ ଫାଶି ଲଗାଇ ଚାଷୀଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/10/Hanging.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)