ବାଲେଶ୍ୱର: ବିଷ ପାନ କରିଚାଷୀଙ୍କ ଆତ୍ମହତ୍ୟା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ଅନ୍ତର୍ଗତ ଉଦମ୍ବର ପଞ୍ଚାୟତର ଦଳଗବିରା ଗ୍ରାମର ବାବାଜୀ ମାଝି(୫୫ ବର୍ଷ) ନାମକ ଜଣେ ଚାଷୀ ଋଣଭାର ଓ ଫସଲହାନୀରେ ବ୍ୟତିବ୍ୟସ୍ତ ହୋଇ ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଚକଡ଼ା ପୋକ ସାଙ୍ଗକୁ ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବା ଦେଖି ଚାଷୀ ଶ୍ରୀ ମାଝି ଧର୍ଯ୍ୟ ଧରି ପାରି ନ ଥିଲେ। ଫସଲ ହାନୀ ସାଙ୍ଗକୁ ଚାଷ ପାଇଁ କରିଥିବା ଧାରକରଜ ତାଙ୍କୁ ମ୍ରିୟମାଣ କରିଥିଲା। ଆଜି ସକାଳେଶ୍ରୀ ମାଝି ବ୍ୟସ୍ତ ହୋଇ ବିଷ ପିଇ ଦେଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଶ୍ରୀ ମାଝିଙ୍କର ମୃତ୍ୟୁ ଘଟିସାରିଥିବା ଡାକ୍ତର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର