ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା କୁଶାମୁରା ବଡ଼ମାଲରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି । ବଜ୍ରପାତରେ ଏକ ଦମ୍ପତି ସହ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଏହି ଗାଁର ଅନ୍ତର୍ଯ୍ୟାମୀ ମାଝୀ (୪୫), ତାଙ୍କ ସ୍ତ୍ରୀ ପଦ୍ମିନୀ ମାଝୀ (୩୭) ଓ କୃଷି ଶ୍ରମିକ ବୁଧୁଆ ବାଗେ (୨୫)।
ସୂଚନା ଅନୁସାରେ, ଅନ୍ତର୍ଯ୍ୟାମୀଙ୍କ ଚାଷ ଜମିରେ ସାର ଦେବାକୁ ସେ, ତାଙ୍କ ପଦ୍ମିନୀ ଓ ଶ୍ରମିକ ବୁଧୁଆ ଟ୍ରାକ୍ଟର ନେଇ ଯାଇଥିଲେ। ଦିନ ପ୍ରାୟ ୨ଟାରେ ବର୍ଷା ହେବାକୁ ସେମାନେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ସନ୍ଧ୍ୟା ପ୍ରାୟ ୬ଟାରେ ଗାଁର କେହି ଜଣେ ଏହି ଚାଷଜମିକୁ ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ସୂଚନା ପାଇଁ ଗ୍ରାମବାସୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/dead-f.jpg)