ଧାନ ତଳି ରୋଇବାକୁ ଯାଉଥିଲେ ଚାଷୀ, ବଜ୍ରାଘାତରେ ମୃତ

ଧାନ ତଳି ରୋଇବାକୁ ଯାଉଥିଲେ ଚାଷୀ, ବଜ୍ରାଘାତରେ ମୃତ

ଚାନ୍ଦବାଲି: ଆଜି ଅପରାହ୍ନ ସାଢ଼େ ୩ଟାରେ ବିଲକୁ କାମ କରିବାକୁ ଯାଉଥିବା ବେଳେ ଜଣେ ଚାଷୀ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଚାଷୀ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ଗ୍ରାମପଂଚାୟତ ବଳଭଦ୍ରକ ପ୍ରସାଦ ଗାଁର ରାଧାଶ୍ୟାମ ମହାନ୍ତିଙ୍କ ମଝିଆ ପୁଅ ସରୋଜ ମହାନ୍ତି (୪୦) ।

ସୂଚନା ଅନୁସାରେ ସରୋଜ ଆଜି ଅପରାହ୍ନରେ ବିଲକୁ ଯାଉଥିଲେ । ଏଥି ସହିତ ଆଉ ଜଣେ ମହିଳା ମଧ୍ୟ ନିଜ ବିଲକୁ ଯାଉଥିଲେ । ଠିକ ଏହି ସମୟରେ ବଜ୍ରାଘାତ ହେବାରୁ ସରୋଜଙ୍କ ସାର୍ଟ ଓ ମୋବାଇଲ ଜଳିଯାଇଥିଲା । ଘଟଣାସ୍ଥଳରେ ଉଭୟ ଗୁରୁତର ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କେତେକ ପଥଚାରୀ ତାଙ୍କ ଶରୀର ଜଳୁଥିବାର ଦେଖି ଚିତ୍କାର କରିଥିଲେ । ବର୍ଷା ନଥିବା ବେଳେ ବଜ୍ରାଘାତ ହୋଇଥିଲା । ଗ୍ରାମବାସୀ ସରୋଜ ଓ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଭୟଙ୍କୁ ଚାନ୍ଦବାଲି ମେଡ଼ିକାଲରେ ପହଁଚାଇଥିବା ବେଳେ ଡ଼ାକ୍ତର ସରେଜଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସରୋଜ ଜଣେ ଗରିବ ଚାଷୀ ହୋଇଥିବା ବେଳେ ସେ ବିବାହିତ ତାଙ୍କର ୩ଟି ପିଲା ଅଛନ୍ତି ।

ସମ୍ବନ୍ଧିତ ଖବର