ଜମିରେ ଚାଷ କାମ କରୁଥିବା ବେଲେ ସାପ କାମୁଡାରେ ଚାଷୀ ମୃତ

ନୂଆପଡା: ଶନିବାର ଦିନ ଅପରାହ୍ନରେ ବିଷାକ୍ତ ସାପ କାମୁଡାରେ ନୂଆପଡା ଜିଲ୍ଲା କୋମନା ଥାନା ପଏଁର ଗାଁର ଜଣେ ଚାଷୀଙ୍କ ମୢତ୍ୟୁ ହୋଇଛି । ଆଜି ଅପରାହ୍ନରେ ପଏଁର ଗାଁର ଚାଷୀ ରାମେଶ୍ବର ଭୋଇ (୫୮ବର୍ଷ) ନିଜ ଚାଷ ଜମିକୁ ଯାଇ ଥିଲେ। ଚାଷ କାମ କରୁଥିବା ବେଲେ ଏକ ବିଷାକ୍ତ ନାଗ ସାପ କାମୁଡି ଦେଇ ଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କୋମନା ମେଡିକାଲକୁ ଆଣି ଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୢତ୍ୟୁ ହୋଇଛି । କୋମନା ପୁଲିସ ପୁଲିସ ପହଞ୍ଚି ଏକ ମାମାଲ ରୁଜୁ କରି ଆସନ୍ତାକାଲି ମୃତ ଚାଷୀଙ୍କ ଶବ ବ୍ୟବଚ୍ଛେଦ କରାଯିବ। ମୃତ ଚାଷୀ ପରିବାର ଗରିବ ହୋଇଥିବାରୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର