ଟ୍ରାନ୍ସଫର୍ମରରେ ଜଳିଗଲେ ଚାଷୀ, ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ବନ୍ତଳା: ଅନୁଗୁଳ ସଦର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଜଣେ ଚାଷୀ ଜଳି ଯାଇ ମୃତ୍ୟୁବରଣ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ମୂଷାପାପୁଲି ଗ୍ରାମର ପ୍ରକାଶ ସାହୁ(୪୨)ଙ୍କ ଆମ୍ବତୋଟା ନିକଟରେ ଏକ ଚାଷକ୍ଷେତ ରହିଛି। ସେଠାରେ ସେ ମକା ଚାଷ କରିଥିଲେ। ତେବେ ଚାଷ କ୍ଷେତ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ସପ୍ତାହେ ହେଲା ତ୍ରୁଟି ରହିଥିବା ଯୋଗୁଁ ଚାଷୀ ଜଣଙ୍କ ଚାଷ ଜମିରେ ପାଣି ଦେଇପାରୁନଥିଲେ। ସେ ବାରମ୍ବାର ଏସମ୍ପର୍କରେ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ ଟ୍ରାନ୍ସଫର୍ମର ଟି ମରାମତି କରାଯାଇ ନଥିଲା। ଫଳରେ ଚାଷୀ ପ୍ରକାଶ ସାହୁ ଆଜି ସକାଳ ୭ଟାବେଳକୁ ନିଜେ ଟ୍ରାନ୍ସଫର୍ମର ମରାମତି କରିବାକୁ ଉପରେ ଚଢିଥିଲେ। କିନ୍ତୁ ସେ ସେଠାରେ ୧୧କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଥିଲେ।

ତେବେ ଏପର୍ଯ୍ୟନ୍ତ ବିଦ୍ୟୁତ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚି ନଥିବା କାରଣରୁ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସେଠାରେ ଥିବା ୫୫ନମ୍ବର ଜାତୀୟ ରାଜପଥକୁ ଉତ୍ତ୍ୟକ୍ତ ଲୋକମାନେ ଦୀର୍ଘ ଦେଢ଼ ଘଣ୍ଟା ଧରି ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଛି। ଘଟଣାସ୍ଥଳରେ ସଦର ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀଙ୍କ ସହ ଅନ୍ୟ ପୁଲିସମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସମ୍ବନ୍ଧିତ ଖବର