ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମର ଜଣେ ଚାଷୀ ବିଲରେ ଚାଷ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି। ମୃତ ଚାଷୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଶହଶହ ଲୋକ ମୃତଦେହ ରାସ୍ତା ଉପରେ ରଖି ଖଣ୍ଡପଡ଼ା-ନୟାଗଡ଼ ରାସ୍ତା ଅବରୋଧ କରି ରଖିଛନ୍ତି।
/sambad/media/post_attachments/wp-content/uploads/2018/08/kandapara-300x210.jpg)
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଶିଖରପୁର ଗ୍ରାମର ପାଣୁଚରଣ ଭଟ୍ଟ(୫୫ ବର୍ଷ) ନାମକ ଜଣେ ଚାଷୀ ନିଜ ଜମିରେ ତଳି ରୋଇବା ପାଇଁ ଗାଁ ନିକଟସ୍ଥ ମଣ୍ଡାପଦା ଗହୀର ବିଲକୁ ଯାଇଥିଲେ। ଗହୀର ଦେଇ ଯାଇଥିିବା ବିଦ୍ୟୁତ ତାର ଓହଳି ପଡ଼ିଥିବାରୁ ଶ୍ରୀ ଭଟ୍ଟ ଏହା ଜାଣି ପାରି ନ ଥିଲେ। ଫଳରେ ବିଦ୍ୟୁତ ତାରଟି ତାଙ୍କ ବେକରେ ଗୁଡ଼ାଇ ହୋଇଯାଇଥିଲାଏବଂ ବିଲରେ ଛଟପଟ ହୋଇ ଶ୍ରୀ ଭଟ୍ଟଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଗ୍ରାମରେ ପ୍ରଚାର ହୋଇଯିବାରୁ ଲୋକେ ବିଲକୁ ଯାଇ ଶ୍ରୀ ଭଟ୍ଟଙ୍କ ମୃତଦେହ ଶିଖରପୁର ପଞ୍ଚାୟତ ଅଫିସ ପାଖକୁ ଆଣିଥିଲେ। ପରେ ଶିଖରପୁର ଛକରେ ମୃତଦେହ ରଖି ଖଣ୍ଡପଡ଼ା- ନୟାଗଡ଼ ରାସ୍ତା ଅବରୋଧ କରିଛନ୍ତି। ସେସୁ କର୍ତ୍ତୃପକ୍ଷ ମୃତ ଶ୍ରୀ ଭଟ୍ଟଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/Farmer-Die-Road-Strike_Thumbnail.jpg)