ରାୟଗଡା: ରାୟଗଡା ଜିଲ୍ଲାରେ ବର୍ଷାର ଦେଖା ନାହିଁ। କେତେବେଳେ କେମିତି ଝିପି ଝିପି ବର୍ଷା ହୋଇ ଛାଡିଯାଏ।ତାହା ମଧ୍ୟ ଦୁଇ ମିନଟରୁ ତିନି ମନଟ ବର୍ଷା ହୁଏ। ଯେଉଁ ବର୍ଷାରେ କି ମାଟି ଓଦା ହୁଏ ନାହିଁ। ଏପରିସ୍ଥଳେ ଚାଷୀ କିପରି ଚାଷ କରି ବୋଲି ମୁଣ୍ଡରେ ହାତ ଦେଇ ବସିଛି। ବିଶେଷକରି ଧାନ ଚାଷ ଉପରେ ଏହି ବର୍ଷାର ପ୍ରଭାବ ପଡିପାରେ ବୋଲି କୁହାଯାଇଛି। କିନ୍ତୁ ବିଭାଗ କହୁଛି ଜୁଲାଇରେ ଯେତିକି ବର୍ଷା ହେବା କଥା ତାହା ହୋଇଛି। ଅର୍ଥାତ ଜୁଲାଇରେ ୨୫୯ ମିଲିମିଟର ବର୍ଷା ଦରକାର ପଡୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୭୨ ମିଲିମିଟର ବର୍ଷା ହୋଇଥିବା କୁହାଯାଇଛି। ଜମି ଫାଟି ଆଁ କରିନଥିଲେ ମଧ୍ୟ ସ୍ବଳ୍ପ ବର୍ଷାରେ କିପରି ଚାଷ କରାଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଜୁଲାଇରେ ଯେଉଁ ବର୍ଷା ହେଉଛି ତାହା ଅଣଧାନ ଚାଷ ପାଇଁ ପ୍ରଜୁଜ୍ୟ ବୋଲି କହିଛନ୍ତି। ଏପରି ବର୍ଷା ହେଲେ କୃଷି ବିଭାଗ ନେଇଥିବା ଟାର୍ଗେଟ ପୂରଣ ହେବ ତ ବୋଲି ପ୍ରଶ୍ନ ଉଠିଛି। ରିପୋର୍ଟ ଅନୁଯାୟୀ
ଗତବର୍ଷ କୃଷି ବିଭାଗ ଜିଲ୍ଲାରେ ଧାନ ଚାଷ ପାଇଁ ୨୯ ହଜାର ଟାର୍ଗେଟ ନେଇଥିବା ବେଳେ ୪୬,୪୬୪ ହେକ୍ଟର ଜମିରେ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ୨୮ ହଜାର ହେକ୍ଟରରେ ଧାନ ଚାଷ ନେଇ ଟାର୍ଗେଟ ନେଇଛି। ସେହିପରି ମାଣ୍ଡିଆ ଓ ମକା ଗତବର୍ଷ ୫୦,୦୩୦ ହେକ୍ଟର ଜମିରେ ଚାଷ ନେଇ ଟାର୍ଗେଟ ନେଥିବା ବେଳେ ୪୨,୨୨୧ ହେକ୍ଟର ଜମିରେ ଚାଷ ହୋଇଥିଲା। ଚଳିତବର୍ଷ ମାଣ୍ଡିଆ ଓ ମକା ଚାଷ ପାଇଁ ୫୧,୬୫୦ ହେକ୍ଟର ଜମିରେ ଚାଷ କରାଯିବା ନେଇ ଟାର୍ଗେଟ ରହିଛି। ସେହିପରି ଡାଲି ଜାତୀୟ ଫସଲ ପାଇଁ ଗତବର୍ଷ ୩୪,୪୦୦ ହେକ୍ଟର ଜମିରେ ଚାଷ ନେଇ ଟାର୍ଗେଟ ରହିଥିବା ବେଳେ ୨୫,୦୨୪ ହେକ୍ଟର ଜମିରେ ଚାଷ ହୋଇଥିଲା। ଚଳିତବର୍ଷ ୩୦,୬୦୦ ହେକ୍ଟର ଜମିରେ ଡାଲିଜାତୀୟ ଫସଲ କରାଯିବ ବୋଲି କୁହାଯାଇଛି। ତୈଳ ଜାତୀୟ ଫସଲ ପାଇଁ ଗତବର୍ଷ ୧୨୦୯୦ ହେକ୍ଟର ଜମିରେ ଚାଷ ପାଇଁ ଟାର୍ଗେଟ ନେଇଥିବା ବେଳେ ୫୯୯୩ ହେକ୍ଟର ରଜମିରେ ଚାଷ ହୋଇପାରିଥିଲା। ଚଳିତବର୍ଷ ୧୦,୯୯୦ ହେକ୍ଟର ଜମିରେ ଚାଷ କରାଯିବ। କପା ଚାଷ ପାଇଁ ଗତ ବର୍ଷ ୪୫୯୦୦ ହେକ୍ଟର ଟାର୍ଗେଟ ନିଆଯାଇଥିବା ବେଳେ ୪୫,୯୬୭ ହେକ୍ଟର ଜମିରେ ଚାଷ ହୋଇଥିଲା।
ଚଳିତବର୍ଷ ୪୩,୮୭୦ ହେକ୍ଟର ଜମିରେ ଚାଷ କରାଯିବ। ସେହିପରି ପନିପରିବା ଚାଷ ପାଇଁ ଗତବର୍ଷ ୧୫,୪୮୦ ହେକ୍ଟରରେ କରାଯିବା ନେଇ ଟାର୍ଗେଟ ରହିଥିବା ବେଳେ ୧୨୪୦୦ ହେକ୍ଟରରେ ଚାଷ ହୋଇଥିଲା। ଚଳିତବର୍ଷ ୧୫,୩୩୦ ହେକ୍ଟର ଜମିରେ ଚାଷ କରାଯିବା ନେଇ ଟାର୍ଗେଟ ରହିଛି। ମସଲା ଜାତୀୟ ଚାଷ ପାଇଁ ଗତବର୍ଷ ୩୫୦୦ ହେକ୍ଟର ଜମିରେ ଚାଷ ପାଇଁ ଟାର୍ଗେଟ ରହିଥିବା ବେଳେ ୩୪୬୭ ହେକ୍ଟରରେ ଚାଷ ହୋଇଥିଲା। ଚଳିତବର୍ଷ ୩୫୧୦ ହେକ୍ଟର ଜମିରେ ଚାଷ ନେଇ ଟାର୍ଗେଟ ରହିଥିବା କୁହାଯାଇଛି।
ତେବେ ବିଭାଗ କହୁଛି ଚଳିତ ବର୍ଷ ଯାହା ଟାର୍ଗେଟ ରହିଛି ତାହା ପୂରଣ କରାଯିବ। ତେବେ ଆଜି ମଙ୍ଗଳବାର ଜିଲ୍ଲାରେ ରେକର୍ଡ କରାଯାଇଥିବା ବର୍ଷାର ସ୍ଥିତି ହେଲା ରାୟଗଡା ବ୍ଲକରେ ୯.୭ ମିମି, କୋଲନରା ବ୍ଲକରେ ୧୧.୪ ମିମି, କଲ୍ୟାଣସିଂହପୁର ବ୍ଲକରେ ୧୧.୬ ମିମି, କାଶୀପୁର ବ୍ଲକରେ ୧୧ ମିମି, ଗୁଣୁପୁର ବ୍ଲକରେ ୯ ମିମି, ପଦ୍ମପୁର ବ୍ଲକରେ ୩.୨ ମିମି, ଗୁଡାରି ବ୍ଲକରେ ବର୍ଷା ନାହିଁ, ରାମନାଗୁଡା ବ୍ଲକରେ ବର୍ଷା ନାହିଁ, ବିଷମକଟକ ବ୍ଲକରେ ୧୪.୪ ମିମି, ମୁନିଗୁଡା ବ୍ଲକରେ ବର୍ଷା ନାହିଁ ଏବଂ ଚନ୍ଦ୍ରପୁର ବ୍ଲକରେ ମାତ୍ର ୫.୫ ମିମି ବର୍ଷା ରେକର୍ଡ କରାଯାଇଛି।
ତେବେ ଏଭେରେଜରେ ୬.୮୯ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟଦିଗରେ ଜିଲ୍ଲାର ରାୟଗଡା ବ୍ଲକରେ ୮୩ ହେକ୍ଟର ଜମିରେ ବୁଣା ଧାନ ହୋଇଥିବା ବେଳେ ୩୬୩ ହେକ୍ଟର ଜମିରେ ରୁଆ ଧାନ ଚାଷ ହୋଇଛି। ସେହିପରି ୨୭୬ ହେକ୍ଟର ଜମିରେ ତଳି ପକାଯାଇଛି।ସେହିପରି କୋନଲରା ବ୍ଲକରେ ୨୫ ହେକ୍ଟର ଜମିରେ ବୁଣା ଧାନ ଏବଂ ୧୧୮ ହେକ୍ଟର ଜମିରେ ତଳି ପକାଯାଇଛି।କଲ୍ୟାଣସିଂହପୁର ବ୍ଲକରେ ୧୩୧ ହେକ୍ଟର ଜମିରେ ବୁଣା, ୪୯ ହେକ୍ଟର ଜମିରେ ରୁଆ ଏବଂ ୨୦୦ ହେକ୍ଟର ଜମିରେ ତଳି ପକାଯାଇଛି। କାଶୀପୁର ବ୍ଲକରେ ୧୯୫୦ ହେକ୍ଟର ଜମିରେ ବୁଣା, ୧୪୮୫ ହେକ୍ଟର ଜମିରେ ରୁଆ ଓ ୧୮୦ ହେକ୍ଟରରେ ତଳି ପକାଯାଇଛି। ଗୁଣୁପୁର ବ୍ଲକରେ ୧୦୭ ହେକ୍ଟର ଜମିରେ ବୁଣା, ୧୦୦ ହେକ୍ଟରରେ ରୁଆ ଓ ୨୧୭ ହେକ୍ଟରରେ ତଳି, ପଦ୍ମପୁର ବ୍ଲକରେ ୧୭୮ ହେକ୍ଟରରେ ବୁଣା, ୧୫ ହେକ୍ଟରରେ ରୁଆ ଓ ୨୮୦ ହେକ୍ଟରରେ ତଳି, ରାମନାଗୁଡା ବ୍ଲକରେ ୧୨୦ ହେକ୍ଟରରେ ବୁଣା, ୫୦ ହେକ୍ଟରରେ ରୁଆ ଓ ୧୦୦ ହେକ୍ଟରରେ ତଳି, ଗୁଡାରି ବ୍ଲକରେ ୩୬୫ ହେକ୍ଟରରେ ବୁଣା, ୧୩୮ ହେକ୍ଟରରେ ତଳି ପଡିଛି। ବିଷମକଟକ ବ୍ଲକରେ ୧୧୦ ହେକ୍ଟର ଜମିରେ ବୁଣା, ୨୦ ହେକ୍ଟରରେ ରୁଆ ଓ ୧୭୦ ହେକ୍ଟରରେ ତଳି, ମୁନିଗୁଡା ବ୍ଲକରେ ୩୦୫ ହେକ୍ଟର ଜମିରେ ବୁଣା ଓ ୨୨୭ ହେକ୍ଟର ଜମିରେ ତଳି ପଡିଛି। ଚନ୍ଦ୍ରପୁର ବ୍ଲକରେ ୧୫୦ ହେକ୍ଟର ଜମିରେ ବୁଣା ଓ ୪୫ ହେକ୍ଟର ଜମିରେ ତଳି ପଡିଥିବା ଜଣାପଡିଛି। ଜିଲ୍ଲାରେ ୧୪,୩୦୨ ହେକ୍ଟର ଜଳସେଚିତ ଜମିରେ ସମସ୍ତ ଚାଷ ହୋଇଥିବା ବେଳେ ୬୨୨୯୯ ହେକ୍ଟର ଅଣଜଳସେଚିତ ଜମିରେ ସମସ୍ତ ପ୍ରକାର ଚାଷ ହୋଇଛି।