୩୨ ଚାଷୀଙ୍କ ମୃତ୍ୟୁକୁ ନେଇ ଦେଶ ବ୍ୟାପି ଶ୍ରଦ୍ଧାଞ୍ଜଳି ଦିବସ ପାଳନ

ଜୟପୁର: ମୁଖ୍ୟ ଟ୍ରାଫିକ ଛକ ନିକଟରେ ଜୟପୁର ସ˚ଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୩୨ଜଣ ଚାଷୀଙ୍କ ମୃତ୍ୟୁକୁ ନେଇ ଆଜି କରାଯାଉଥିବା ସର୍ବଭାରତୀୟ ଶ୍ରଦ୍ଧାଞ୍ଜଳୀ ଦିବସ ପାଳନ କରାଯାଇଛି। ଦିଲ୍ଲୀର ସିଙ୍ଗୁବୋର୍ଡରେ ଚାଷୀ ମାନଙ୍କ ଆନ୍ଦୋଳନରେ ସାମିଲ ହୋଇ ୩୨ଜଣ ଚାଷୀ ମୃତ୍ୟୁ ବରଣ କରିଛନ୍ତି। ଜଣେ ଶିଖ ସନ୍ଥ ନିଜ ମୁଣ୍ତକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

ମୋଦି ସରକାରଙ୍କ ଚାଷୀ ବିରୋଧି ଆଇନ ବିରୁଦ୍ଧରେ ପ୍ରତିବାଦ କରି ସର୍ବଭାରତୀୟ ଚାଷୀ ଆନ୍ଦୋଳନ ଜାରୀ ରହିଛି। ତାକୁ ସମର୍ଥନ କରି ମୃତ ସହିଦ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଏକ ସ୍ମୃତି ସଭା କରାଯାଇଥିଲା। ଏହି ସ୍ମୃତି ସଭାରେ କୃଷକ ଆନ୍ଦୋଳନ ବ୍ୟାପକ କରିବାକୁ ସ˚କଳ୍ପ ନିଆଯାଇଥିଲା।

ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପ୍ରମୋଦ ମହାନ୍ତି, ଯୁଧିଷ୍ଠିର ରାଉଳ, ରାମ କୃଷ୍ଣ ଦାସ, ସୁବାଷ ଭଟ୍ଟାଚାର୍ଯ୍ୟ, ରବିନ୍ଦ୍ର ପଣ୍ତା, ପ୍ରଦୁମ୍ନ ସାମନ୍ତରାୟ, ନନ୍ଦ ହରିଜନ, ସୁଦର୍ଶନ ବିଷୋୟୀଙ୍କ ସହ ବରିଷ୍ଠ ବିଜେଡି ନେତା ବିଷ୍ଣୁ ପ୍ରସାଦ ପାତ୍ର ଭାଗ ନେଇ ମୃତ ଚାଷୀ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର