ମାଲକାନଗିରିରେ ଜଣେ ଚାଷୀଙ୍କ ଠାରୁ ୩୫ କ୍ବିଣ୍ଟାଲ ଧାନ ଖରିଦ କରାଯିବ: ଯୋଗାଣ ବିଭାଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ସୁଦ୍ଧା ୧୦ ଲକ୍ଷ ୮୧ ହଜାର କ୍ବିଣ୍ଟାଲ ଧାନ ଖରିଦ କରାଯାଇ ସାରିଲାଣି। ଏତେ ଧାନ ଖରିଦ ପରେ ମଧ୍ୟ ଜିଲ୍ଲାରେ ଆହୁରି ପ୍ରାୟ ଲକ୍ଷାଧିକ କ୍ବିଣ୍ଟାଲ ଧାନ ବିଭିନ୍ନ ମଣ୍ଡିରେ ପଡି ରହିଛି।ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳଗୁଡିକ ଏବେ ଚାଷୀଙ୍କ ନିକଟତର ହେବାକୁ ଚେଷ୍ଟା କରି ଆନ୍ଦୋଳନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ଚାଷୀ କୋରକୋଣ୍ଡାରେ ରାଜ ରାସ୍ତାକୁ ଓହ୍ଲାଇ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ସହ ଧାନ ନକିଣିଲେ ଆନ୍ଦୋଳନକୁ ଆହୁରିର ଜୋରଦାର କରାଯିବା ନେଇ ଧମକ ଦେଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ମଣ୍ଡି ଆରମ୍ଭ ହେବା ବେଳଖୁ ପ୍ରଥମ ପର୍ଯ୍ୟାୟରେ ୭ ଲକ୍ଷ ୫୫ ହଜାର କ୍ବିଣ୍ଟାଲ ଧାନ ଖରିଦ ପାଇଁ ଟାର୍ଗେଟ ଆସିଥିଲା।ଏ ହା ଖରିଦ ହେବା ପରେ ପୁଣି ଦ୍ବିତୀୟ ପର୍ଯ୍ୟାୟରେ ୨ ଲଭ୪୩ କ୍ବିଣ୍ଟାଲ ଧାନ କ୍ରୟ ନେଇ ଟାର୍ଗେଟ ଆସିଥିଲା। ଏହି ଧାନ ମଧ୍ୟ ଖରିଦ କରାଯାଇଥିଲା। ତେବେ ଆହୁରି ମଣ୍ଡିରେ ଧାନ ପଡିଥିବାରୁ ଜିଲ୍ଲା ପ୍ରଶାସନ ପୁଣି ଟର୍ଗେଟ ପାଇଁ ସରକାରଙ୍କୁ ଚିଠି ଲେଖିଲେ।ତେବେ ଏଥର କିନ୍ତୁ ସରକାରଙ୍କ ତରଫରୁ ମାତ୍ର ୭୪ ହଜାର କ୍ବିଣ୍ଟାଲ ଧାନ ଖରିଦ ପାଇଁ ଟାର୍ଗେଟ ଆସିଲା। ଯାହାକି ହାତୀକୁ ହୋମିଓପାଥି ସଦୃଶ୍ୟ ହୋଇଥିଲା। ଲକ୍ଷ ଲକ୍ଷ  କ୍ବିଣ୍ଟାଲ ଧାନ ମଣ୍ଡିରେ ପଡିଥିବା ବେଳେ ମାତ୍ର ୭୪ ହଜାର କ୍ବିଣ୍ଟାଲ ଧାନ କାହାଠାରୁ ଖରିଦ କରିବେ ବୋଲି ଜିଲ୍ଲା ପ୍ରଶାସନ ମଧ୍ୟ ଟିକେ ଚିନ୍ତାରେ ପଡିଯାଇଥିଲା।

ସରକାର ୪ର୍ଥ ପର୍ଯ୍ୟାୟରେ ୧ ଲକ୍ଷ ୬୩ ହଜାର କ୍ବିଣ୍ଟାଲ ଧାନ କ୍ରୟ ନେଇ ଟାର୍ଗେଟ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ଚାଷୀ ଆଦୌ ଧାନ ଖରିଦ କରି ନାହାନ୍ତି ସେମାନଙ୍କ ଠାରୁ ଅତି ବେଶୀରେ ୩୫ କ୍ବିଣ୍ଟାଲ ହିଁ ଧାନ ଖରିଦ କରିବ ବୋଲି କହିଛି। ଏବେ ଜିଲ୍ଲାର ୬୫ଟି ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡିଥିବା ବେଳେ ଏହି ଟାର୍ଗେଟ ମଧ୍ୟ ଚାଷୀଙ୍କୁ ବୁଝାଇବାରେ ଠିକ ହେବ କି ନାହିଁ ତାହା ସମୟ କହିବ।

ଜିଲ୍ଲାରେ ମୋଟ ୩୪ ହଜାର ୭୮୬ ଜଣ ଚାଷୀ ନିଜ ନାମ ପଂଜିକରଣ କରିଥିଲେ। ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଚାଷୀଙ୍କର ବିଭିନ୍ନ ସମସ୍ୟା ରହିଥିବାରୁ ସେମାନେ ନିଜ ନାମ ପଞ୍ଜିକୃତ କରାଇପାରିନଥିଲେ।  ଜିଲ୍ଲାରୁ ମୋଟ ୨୯ ହଜାର ୭୪୪ ଜଣ ଚାଷୀ ହିଁ ନିଜ ନାମ ପଞ୍ଜିକୃତ କରାଇ ଧାନ ବିକ୍ରି ପାଇଁ ଟୋକେନ ପାଇଥିଲେ। ଏମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୨୫ ହଜାର ୭୬୨ ଜଣ ଚାଷୀଙ୍କ ଠାରୁ ୧୦ ଲକ୍ଷ ୮୧ ହଜାର କ୍ବିଣ୍ଟାଲ ଧାନ ଖରିଦ କରାଯାଇସାରିଛି। ବଳକା ୪ ହଜାରରୁ ଉର୍ଦ୍ଧ୍ବ ଚାଷୀ ଯେଉଁମାନେ କି ଆଦୌ କିଲେ ବି ଧାନ ବିକ୍ରି କରିନାହାନ୍ତି ସେମାନଙ୍କ ଠାରୁ ହିଁ ଧାନ ଖରିଦ କରାଯିବ ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଟାର୍ଗେଟ ସରିବା ପରେ ମଧ୍ୟ ମଣ୍ଡିରେ ଆହୁରି ଧାନ ପଡି ରହିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀ ନିଜର ୩୫ କ୍ବିଣ୍ଟାଲ ଧାନ ବିକ୍ରି କରିବା ପରେ ଆହୁରି ବଳକା ଧାନ କେଉଁଠିକୁ ନେବେ ବୋଲି ପ୍ରଶ୍ନ କରିଛନ୍ତି। ସରକାର ପୁଣି ଚିନ୍ତା କରି ସବୁ ଧାନ ଉଠାଇବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର