ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଳକ ଲୁସାଡିହି ପଞ୍ଚାୟତର ଲୁସାଡିହି ଗ୍ରାମର ଜନୈକ ଚାଷୀ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ ଯେ ଲୁସାଡିହି ଗ୍ରାମର ଚାଷୀ ବିରାମ ହେମ୍ବ୍ରମ ( ୬୨) ରବିବାର ଦିନ ଅପରାହ୍ନରେ ଅପରାହ୍ନରେ ଖାଇପିଇ ଶୋଇଥିଲେ । ତାଙ୍କର ଏକମାତ୍ର ପୁଅ ନାରାନ ହେମ୍ବ୍ରମ ବିଲକୁ ଚାଷ କାମ କରିବାକୁ ଯାଇଥିଲେ ।
ଘରେ ଏକୁଟିଆ ରହି ବିରାମ କୀଟନାଶକ ପିଇ ଶୋଇ ଯାଇଥିଲେ, ପରିବାର ଲୋକେ ସଙ୍ଗେ ସଂଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୫/୨୩ ରୁଜୁ କରି ଶବକୁ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।