ସୁନ୍ଦରଗଡ଼: ପୁଣି ଜଣେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ନିଆଳିପାଳିର ଟାଙ୍କରପାଲି ବ୍ଲକ୍ରେ ସୋମବାର ଅପରାହ୍ନରେ କୀଟ ନାଶକ ପିଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଚାଷୀଙ୍କ ନାମ ପୂର୍ଣ୍ଣଚନ୍ଦ୍ର ସେଠ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ମୃତ ପୂର୍ଣ୍ଣଚନ୍ଦ୍ର ସେଠଙ୍କ ଫସଲ ହାନୀ ଯୋଗୁଁ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୂର୍ଣ୍ଣଚନ୍ଦ୍ର ଚଳିତବର୍ଷ ୫ ଏକର ଜମି ଭାଗ ଚାଷ କରିଥିଲେ। ନିଜର ୨ଏକର ଜମିରେ ବି ଚାଷ କରିଥିଲେ ପୂର୍ଣ୍ଣଚନ୍ଦ୍ର ସେଠ ବୋଲି ଜଣାପଡ଼ିଛି। ତେବେ ଫସଲ ହାନୀ ହେବାରୁ ଅନେକ ଦିନ ହେବ ଚିନ୍ତାରେ ଥିଲେ ଚାଷୀ ପୂର୍ଣ୍ଣଚନ୍ଦ୍ର। ଆଜି ସକାଳ ୬ଟା ପାଖାପାଖି ହେବ ସେ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନେଉଥିବା ବାଟରେ ତାଙ୍କର ମୃତ ବୋଲି ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/download-1-36.jpg)