ମାଣ୍ଡିଆ ବିକିଲେ, ମିଳିଲାନି ପଇସା: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ଚାଷୀ

କୋରାପୁଟ: ମାଣ୍ଡିଆ କିଣା ହେଲାନି। ଯେଉଁମାନେ ବିକିଲେ ଅର୍ଥ ବି ମିଳିଲାନି। ଧାର କରଜ କରି ଚାଷ କରୁଥିବାରୁ ସାହୁକାର ଆସି ତାଗିଦ କରିଯାଉଛନ୍ତି। ଏଣୁ ଅର୍ଥ ନ ମିଳିଲେ କି ମାଣ୍ଡିଆ ନ ଉଠିଲେ ଆତ୍ମହତ୍ୟା ଧମକ ଦେଇଛନ୍ତି ଚାଷୀ। ଏଥି ପାଇଁ ସରକାର ଦାୟୀ ରହିବେ ବୋଲି ସେମାନେ ଅଭିଯୋଗ କରିଛନ୍ତି। କାହାର ମାଣ୍ଡିଆ ଓଜନ ହୋଇ ରହିଛି। କାହାର ମାଣ୍ଡିଆ ବିକ୍ରି ହୋଇଛି ହେଲେ ପାଉଣା ମିଳିନି। ଏନେଇ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଙ୍କ ଠାରେ ଦ୍ବାରସ୍ଥ ହୋଇଛନ୍ତି ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀ।

ମିଳିଥିବା ସୂଚନା ମୁତବାକ ଖରିଫ -୨୦୨୦ ଋତୁରେ ପ୍ରାୟ ୩୬୯ଜଣ ଚାଷୀ ୪୫୧୩.୫୧ କୁଇଣ୍ଟାଲ ମାଣ୍ଡିଆ ବିକ୍ରି କରିଥିବାବେଳେ ସେମାନେ ତାଙ୍କ ପ୍ରାପ୍ୟ ପାଇ ନାହାନ୍ତି। ସେହିପରି ୩୧୩ ଜଣଚାଷୀଙ୍କଠାରୁ ୨୭୯୫.୭୭ କୁଇଣ୍ଟାଲ ମାଣ୍ଡିଆ ଓଜନ ହୋଇ ମଣ୍ଡିରେ ପଡିଥିବାବେଳେ ବର୍ଷା ହେଲେ ଓଦା ହେଉଛି।

କିନ୍ତୁ ଏହାକୁ ପ୍ରଶାସନ ଟାର୍ଗେଟ ଶେଷ ହୋଇଯାଇଥିବା ଦର୍ଶାଇ କିଣୁ ନ ଥିବା ଚାଷୀ ଗୋପିନାଥ ଖରା, ସତ୍ୟ ନାୟକ, ସେମାନାଥ ନାୟକ, ଦାମ କ୍ରୀଶାନି, ଗୁରୁବନ୍ଦୁ ଖରା, ହରି ଦୋରା, ଦୈତାର ବାରିକ, ଖଗପତି ଖରା, ମଦନ ଚାଲାଣ, ଗୁରୁବନ୍ଧୁ ଖରା, ରାମକୃଷ୍ଣ ଖୀଲ, ସୁକ୍ର ମୁଦୁଲି, ଭୀମ ଗଲରୀ, ହୀରାମଣି ବାଙ୍କିଆ, ମଇନା କ୍ରୀଶାନି ପ୍ରମୁଖ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର