ଜୀବ ବିଜ୍ଞାନ ସଂସ୍ଥା ପକ୍ଷରୁ କୃଷକ ତାଲିମ ଶିବିର

ଜୟପୁର: ଭୁବନେଶ୍ବର ଜୀବ ବିଜ୍ଞାନ ସଂସ୍ଥା ପକ୍ଷରୁ ଜୟପୁର ସ୍ଥିତ ଏମ୍‌ଏସ୍‌ ସ୍ବାମୀନାଥନ ରିଚ୍ଚର୍ସ ଫାଉଣ୍ଡେସନ ଠାରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଉଦ୍ୟାନ କୃଷି କନ୍ଦା ଜାତୀୟ ଫସଲ ଓ ମାଛ ଚାଷ ସମ୍ପର୍କୀତ ତାଲିମ ପ୍ରଦାନ କରାଯାଇଛି। ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବ‌େ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ‌ ଲୋଚନ ମିଶ୍ର ଯୋଗ ଦେଇ ବକ୍ତବ୍ୟରେ କହିଥିଲେ ଯେ, କୃଷକ ମାନେ ବ୍ୟବସାୟ ଭିତ୍ତିକ ଉଦ୍ୟାନ କୃଷି ଓ ମାଛ ଚାଷ କରିପାରିଲେ ଅଧିକ ଲାଭ ମିଳିପାରିବ, ବୁନ୍ଦା ଜଳସେଚନ ପଦ୍ଧତିରେ ଏବଂ ବୈଜ୍ଞାନିକ ଓ ବ୍ୟବସାୟ ଭିତ୍ତିକ ଚାଷ କରିପାରିଲେ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବା ସହିତ ଉପଯୁକ୍ତ ବଜାର ହୋଇପାରିବ ବୋଲି‌ ସେ ପ୍ରକାଶ କରିଥିଲେ।

ଏଥିରେ ଡ.ଜି.ବି. ସାହା ଯୋଗ ଦେଇ ଡିବିଟି ବାୟୋଟେକ୍ କିଷlନ୍ କାର୍ଯ୍ୟକ୍ରମରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ ନିଜକୁ ସାମିଲ୍ କରିବା ଦିଗରେ ଆଗେଇ ଆସିଲେ ଜିଲ୍ଲାର ବିକାଶ ହୋଇପାରିବ ବୋଲି କହିଥିଲେ। ଏଥିରେ କୋରାପୁଟ ଜିଲ୍ଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ବେହେରା ଜାଆଁଳା ଉତ୍ପାଦନ ଓ ମାଛଚାଷ ବିଷୟରେ କହିଥିଲେ। ଏଥିରେ ଜିଲ୍ଲା ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବଗ୍ରାହୀ ବେହେରା ସମ୍ମନିତ ଉଦ୍ୟାନ କୃଷିରେ ହେଉଥିବା ଲାଭ ସମ୍ପର୍କରେସୂଚନା ଦେଇଥିଲେ। ଏଥିରେ ସିଫା ସଂସ୍ଥାର ପ୍ରଧାନ ବୈଜ୍ଞାନିକ ଡ. ଜିତେନ୍ଦ୍ର ସୁନ୍ଦର ରାୟ ଚାଷୀମାନେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କଲେ ଅଧିକ ଲାଭ ମିଳିପାରିବ ବୋଲି କହିଥିଲେ। ଜୀବବିଜ୍ଞାନ ସଂସ୍ଥାନର ବରିଷ୍ଠ ବୈଜ୍ଞାନିକ ଡ. ରାଜୀବ ସ୍ୱାଇଁ ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିବା ବେଳେ ସଫଳ ଉଦ୍ୟୋଗୀ ସୁଜିତ୍ ଦାସ, ଇରଫାନ ଖାଁ, କ୍ଷୀରୋଦ ନାୟକ ମାଛ ଜାଆଁଳା ଉତ୍ପାଦନ କରି କିପରି ଭାବରେ ଲାଭ ମିଳିପାରିବ ସେ ବିଷୟରେ  କହିଥିଲେ। ବିଜ୍ଞାନ ସଂଚାରକ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏମ ଏସ ସ୍ବାମୀ ନଥାନ ସଂସ୍ଥାନ କର୍ମକର୍ତ୍ତା ସହଯୋଗ କରିଥଲେ। ଏଥିରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ପ୍ରାୟ ଶହେରୁ ଅଧିକ ଚାଷୀ ତାଲିମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର