ନୂଆ ସଂଶୋଧିତ ନିୟମକୁ ନେଇ ଚାଷୀ ଅସନ୍ତୋଷ

ଅଣସ୍ବୀକୃତିପ୍ରାପ୍ତ ଧାନ କିଣାକୁ ଅନୁମୋଦନ ମିଲିବନି, ଧାନ ଉଠାଇବାକୁ ମିଲର ଏବେ ବି ଅମଙ୍ଗ

ଜୟପୁର: ଏଣିକି ମଣ୍ଡିରେ ଚାଷୀ ମାନେ ଆଇସ୍କାନ କରିବା ପରେ ବି ଧାନ ବିକ୍ରୀ ପର୍ଯ୍ୟନ୍ତ ଚାଷୀ ଉପସ୍ଥିତ ରହିବାକୁ ପଡ଼ିବ। ସରକାର ଏଭଳି ସଂଶୋଧିତ ନୂଆ ନିୟମ କରିବା ପରେ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେଭଳି ମଣ୍ଡିରୁ ଧାନ କିଣିବା ପାଇଁ ପୂର୍ବରୁ ବହୁ କଷ୍ଠରେ ଏବଂ ପ୍ରଶାସନିକ ଚାପରେ ୬୩ଜଣ ମିଲର ଇଛାପତ୍ର ଦେଇଥିଲେ ହେଁ ଧାନ ଉଠାଇବାକୁ ଅମଙ୍ଗ ବୋଲି ଜିଲ୍ଲା ମିଲର୍ସ ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଉ ସପ୍ତାହକ ଅର୍ଥାତ ଆସନ୍ତା ଜୁନ ୩ରୁ ମଣ୍ଡି ଆରମ୍ଭ ହେବ। ୩୮ଟି କ୍ରୟକାରୀ ସଂସ୍ଥା ଜୟପୁର ଉପଖଣ୍ଡରେ ୬୭ଟି ମଣ୍ଡିଓ କୋରାପୁଟ ଉପଖଣ୍ଡରେ ୭ଟି ମଣ୍ଡିରେ ଧାନ କିଣିବେ। ଗୋଟିଏ ପଟେ ମିଲର୍ସର ଧାନ ନେଇ ଚାଉଳ ଦେବାକୁ ଅମଙ୍ଗ। ଅପରପକ୍ଷରେ ରାଜ୍ୟସରକାର ନୂଆ‌ରେ ଲାଗୁକରିଥିବା କିଛି ସଂଶୋଧିତ ନିୟମକୁ ନେଇ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବହୁ ଚାଷୀଙ୍କ ବଡ଼ ପରିବାର ଏବଂ ନିଜ ନାଁରେ ଥିବା ରେକର୍ଡ ଅଫ ରାଇଟସ୍ ସତ୍ବ ଥିଲେ ହେଁ ଭାଗବଣ୍ଟା କରି ନାହାନ୍ତି। ନିଜ ପୁଅ କିମ୍ବା ପରିବାରର ସଦସ୍ୟ ମାନେ ଚାଷ କରୁଛନ୍ତି। ମଣ୍ଡିକୁ କେବଳ ଆଇସ୍କାନର ପାଇଁ ଜମି ପଟାରେ ଯାହା ନାଁ ରହିଛି ପ୍ରକୃତ ଚାଷୀ ଥରକ ଯିବା ପରେ ଆଉ ଧାନ ବିକ୍ରୀ ସମୟରେ ସେ  ଯାଉନାହାନ୍ତି। ସେମାନଙ୍କ ପ୍ରତିନିଧି, ପରିବାର ସଦସ୍ୟ ମାନେ ଉପସ୍ଥିତ ରହି ଧାନ ବିକ୍ରୀ କରୁଥିଲେ। ତେବେ ସଂପ୍ରତି ନୂଆ ନିୟମରେ ଚାଷୀ ମାନେ ନିଜେ ଧାନ ଉଠିବା ପର୍ଯ୍ୟନ୍ତ ରହିବାକୁ ରହିଥିବା ନିର୍ଦେଶନାମାକୁ ନେଇ ଚାଷୀ ମାନେ ଅସନ୍ତୋଷବ୍ୟକ୍ତ କରିଛନ୍ତି। ବୟସାଧିକ ଥିବା ଚାଷୀ କଣ ଦିନ ରାତି ମଣ୍ଡିରେ ଯାଇ ଧାନ ବିକ୍ରୀ କରିବା ପାଇଁ ଅପେକ୍ଷା କରି ବସିବେ କି ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ ଅଣସ୍ବିକୃତିପ୍ରାପ୍ତ (ଅନଅଥରାଇଜ) ଚାଷୀଙ୍କ ଧାନ କିଣାଗଲେ ଏହାକୁ ଅନୁମୋଦନ ହୋଇ ପାରିବ ନାହିଁ ଏବଂ ଟଙ୍କା ବି ଚାଷୀଙ୍କ ଆକାଉଣ୍ଟ‌ରେ ଜମା ହୋଇ ପାରିବ ନାହିଁ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା। ଅପରପକ୍ଷରେ ରବିମଣ୍ଡିର  ଧାନ ନେଇ ଚାଉଳ ଦେବା ପାଇଁ  ସ୍ଥାନୀୟ ମିଲର୍ସ ମାନେ ଅମଙ୍ଗ। ବାରମ୍ବାର ସେମାନଙ୍କୁ ବୈଠକକୁ ଡାକି ପ୍ରଶାସନିକସ୍ତରରେ ଚାପ ପ୍ରୟୋଗ କରିବା ପରେ ପ୍ରଥମ ପର୍ଯ୍ୟାୟରେ ୨୫ଜଣ ଇଛାପତ୍ର ଦେଇଥିବା ବେଳେ ଏବେ ଦ୍ବିତୀୟରେ ୨୩ଜଣ ଓତାପରେ ୨୫ଜଣ ଇଛାପତ୍ର ଦେଇଛନ୍ତି। ଯଦିଓ ଚାପରେ ଇଛାପତ୍ର ଦେଇଥିଲେ ହେଁ ତେବେ ଧାନ ଉଠାଇବାକୁ ରାଜି ନଥିବାରୁ ମଣ୍ଡିରୁ କିଭଳି ଧାନ ଉଠାଇବେ ଚିନ୍ତାରେ ପ୍ରଶାସନ।

 

ସମ୍ବନ୍ଧିତ ଖବର