ବରଗଡ଼: ମହୁଲପାଲୀରେ ଚାଷୀଙ୍କ ରାସ୍ତାରୋକ

ବରଗଡ଼: ଆଜି ସକାଳେ ବରଗଡ଼ ଜିଲ୍ଲା ଭେଡେନ୍‌ ବ୍ଲକ୍‌ ମହୁଲପାଲି ନିକଟରେ ଚାଷୀମାନେ ଆନ୍ଦୋଳନ କରିବା ସହିତ ରାସ୍ତା ଅବରୋଧ କରିଛନ୍ତି। ଚକଡ଼ା ପୋକ ଦ୍ୱାରା ହୋଇଥିିବା ଫସଲହାନୀର ଠିକ୍‌ ଆକଳନ,୨୦୧୬ ଫସଲ ବୀମା ରାଶି ପ୍ରଦାନ, କ୍ରପ୍‌ କଟିଂରେ ୩୩ ପ୍ରତିଶତ ନୁହେଁ, ୨୦ ପ୍ରତିଶତ ଫସଲ ହାନୀ ହୋଇଥିବା ଚାଷୀଙ୍କୁ ମରୁଡ଼ି ସହାୟତା ପ୍ରଦାନ ସହିତ ଭାଗଚାଷୀଙ୍କୁ ମଧ୍ୟ ମରୁଡ଼ି ସହାୟତା ପ୍ରଦାନ ଦାବିରେ ଆଜି ଏହି ରାସ୍ତାରୋକ କରାଯାଇଛି। ଶହଶହ ଚାଷୀରାସ୍ତା ଉପର ବସି ରହି ଆନ୍ଦୋଳନ ଚଳାଇଥିିବାରୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।
ସମ୍ବନ୍ଧିତ ଖବର