ଅଜଣା ରୋଗରେ ଉଜୁଡ଼ିଯାଉଛି ପନିପରିବା ଚାଷ, ଋଣ ପରିଶୋଧ କରିବା ନେଇ ଚିନ୍ତାରେ ଚାଷୀ

କୃଷି ବିଭାଗର ନିଦ ଭାଙ୍ଗୁନି, କ୍ଷେତ୍ର ପରିଦର୍ଶନ କରୁନାହାନ୍ତି ଅଧିକାରୀ ଓ କର୍ମଚାରୀ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଧାନ ଚାଷ ସହ ପନିପରିବା ଚାଷକୁ ମଧ୍ୟ ରୋଗପୋକ ବ୍ୟାପିବାରେ ଲାଗିଛି। ଅଜଣା ରୋଗପୋକ ପନିପରିବା ଚାଷକୁ ନଷ୍ଟ କରିସାରିଲେଣି ବୋଲି ଚାଷୀ ଅଭିଯୋଗ କରୁଥିଲା ବେଳେ କୃଷି ବିଭାଗ ବେଫିକର ଥିବା ଜଣାପଡ଼ିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଚାଷ କରିଥିବା ପରିବା ଚାଷୀ ଚିନ୍ତାରେ ପଡିଯାଇଛି।

ଚାଷୀ ଜମିରେ ରୋଗପୋକ ଦାଉରୁ ଚାଷକୁ ରକ୍ଷା କରିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚକରି ୮ରୁ ୯ ଥର ବିଭିନ୍ନ ପ୍ରକାର ଔଷଧ ଛିଞ୍ଚନ କରିସାରିଛନ୍ତିା ହେଲେ ସବୁ ପ୍ରକାର ଔଷଧ ରୋଗକୁ କାବୁ କରିପାରି ନାହିାଁ ଗୋଟିଏ ପଟେ ଚାଷୀ ଦୁଇପଇସା ରୋଜଗାର ଆଶା ରଖି ପନିପରିବା ଚାଷ କରିଥିବା ବେଳେ ରୋଗପୋକକୁ ଦେଖି ଚିନ୍ତାରେ ପଡ଼ିଯାଇଛି। ଫସଲ ଉପାର୍ଜନ ନେଇ ଚାଷୀର ଆଶା ମଉଳି ଯାଇଛି।

ଅନ୍ୟପଟେ ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ଟଙ୍କା କେମିତି ପରିଶୋଧ କରିବ ସେନେଇ ଚିନ୍ତିତ ଅଛି। ଭଣ୍ଡାର ଗ୍ରାମପଞ୍ଚାୟତ ଅଧିନସ୍ଥ କଦଳିପାଲି, ପାପୀ, ଭଣ୍ଡାର ଆଦି ଗାଁର ଲଙ୍କା, ବାଇଗଣ ଚାଷୀ ରୋଗପୋକର ପ୍ରାଦୁର୍ଭାବ ଯୋଗୁଁ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି।

ଅଜଣା ରୋଗ ଯୋଗୁଁ ଲଙ୍କା ଗଛଗୁଡିକ ପତ୍ରପୋଡି ଝାଉଳି ଯାଇଥିବା ବେଳେ ବାଇଗଣ ଗଛ ଗୁଡିକରେ ଛୋଟ ଫଳ ଆସୁଛି। ଚାଷୀର ପରିବା ନଷ୍ଟ ହେବାକୁ ବସିଲାଣି। କିନ୍ତୁ ଏତେ ହେଲା ସତ୍ତ୍ୱେ କୌଣସି କୃଷି ଅଧିକାରୀ ଅଥବା କର୍ମଚାରୀ ଚାଷୀଙ୍କ କ୍ଷେତ୍ର ପରିଦର୍ଶନ କରୁନଥିବା ଅଭିଯୋଗ ହେଉଛି।

ଏନେଇ ବିନିକା କୃଷି ଅଧିକାରୀ ତରୁଣ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଚାଷୀ ଠିକଣା ସମୟରେ ଠିକଣା ମାତ୍ରାରେ କିଟନାଶକ ପ୍ରୟୋଗ କଲେ ରୋଗପୋକକୁ ଦମନ କରାଯାଇ ପାରିବ।

ସମ୍ବନ୍ଧିତ ଖବର