ଫସଲ ବୀମା କ୍ଷତିପୂରଣ ରାଶି ପ୍ରଦାନ ଦାବିରେ ସମ୍ବଲପୁର ଡିଆରସିଏସ୍‌ କାର୍ଯ୍ୟାଳୟରେ ତାଲା ଝୁଲାଇଲେ ଚାଷୀ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ରାଶି ପ୍ରଦାନ ଦାବି ନେଇ ସ୍ଥାନୀୟ ରୋମେଡ ସୋସାଇଟିର ଜୟଦୁର୍ଗା ଆଞ୍ଚଳିକ କୃଷକ ସଂଗଠନର ଚାଷୀମାନେ ଗୁରୁବାର ସମ୍ବଲପୁର ଡିଆରସିଏସ୍‌ (ଜିଲ୍ଲା ସମବାୟ ସମିିତି ନିବନ୍ଧକ) ଓ ଏଆରସିଏସ୍‌ କାର୍ଯ୍ୟାଳୟରେ ତାଲା ଝୁଲାଇଛନ୍ତି। କ୍ଷତିପୂରଣ ରାଶି ନ ମିଳିବା ଯାଏ କାର୍ଯ୍ୟାଳୟ ଖେଲାଯାଇ ପାରିବ ନାହି ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ସେପଟେ ଡିଆରସିଏସ୍‌ ଲିଙ୍ଗରାଜ ନାଏକ ଏସଂପର୍କରେ ଚାଷୀଙ୍କ ସହ ଆଲୋଚନା କରିଥିଲେ ଓ କିଭଳି ଭାବେ କ୍ଷତିପୂରଣ ରାଶି ତୁରନ୍ତ ମିଳିପାରିବ ସେ ନେଇ ସେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଥିଲେ।

ଚାଷୀଙ୍କ ଅଭିଯୋଗ ଅନୁସାରେ ୨୦୧୭ ମସିହା ଖରିଫ ଋତୁରେ ସମ୍ବଲପୁର ଜିଲ୍ଲାର ରୋମେଡ ସୋସାଇଟି ଅନ୍ତର୍ଗତ ଗଡ଼ମୁଣ୍ଡା ପଞ୍ଚାୟତର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଅନ୍ତର୍ଗତ ପ୍ରିମିୟମ ଭର୍ତ୍ତି କରିଥିଲେ। ଏହି ସମୟରେ ଅନ୍‌ଲାଇନ୍‌ ପୋର୍ଟାଲରେ ଗଡ଼ମୁଣ୍ଡା ପଞ୍ଚାୟତର ନାମ ଆସି ନଥିଲା ଏବଂ ପ୍ରିମିୟମ ଭର୍ତ୍ତି ନକଲେ କୃଷି ଋଣ ମିଳିପାରିବ ନାହିଁ ବୋଲି ଅଧିକାରୀମାନେ ସେମାନଙ୍କୁ କହିଥିଲେ। ଫଳରେ ଅଫଲାନଇନ୍‌ ଯୋଗେ ଚାଷୀମାନେ ପ୍ରିମିୟମ ଭର୍ତ୍ତି କରିଥିଲେ। ମାତ୍ର ସେହିବର୍ଷ ଖରିଫରେ ବ୍ୟାପକ ଫସଲ ହାନି ହୋଇଥିଲା। ଏନେଇ କ୍ରପକଟିଂ ରିପୋର୍ଟରେ ରିପୋର୍ଟରେ ମଧ୍ୟ ଫସଲ କ୍ଷୟକ୍ଷତି ସଂପର୍କିତ ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରଦାନ କରିଥିଲା।

କିନ୍ତୁ ୨୦୧୮ ତ ଦୂରର କଥା ଫସଲ କ୍ଷତିର ତିନି ବର୍ଷ ପରେ ମଧ୍ୟ ଚାଷୀଙ୍କୁ ସେମାନଙ୍କର କ୍ଷତିପୂରଣ ମିଳିପାରି ନାହିଁ। ସେହି ସମୟରେ ଅଫଲାଇନରେ ଅଫଲାଇନ୍‌ରେ ପ୍ରିମିୟମ ଭର୍ତ୍ତି ହୋଇଥିବାରୁ ଅନ୍‌ଲାଇନ୍‌ରେ ତାହା ଗ୍ରହଣଯୋଗ୍ୟ ହେଲାନି କହି ପ୍ରିମିୟମ କମ୍ପାନି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିବା ବେଳେ ତିନି ବର୍ଷ ଭିତରେ ଡିଆରସିଏସଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯାଏଁ ଧାଇଁ ଧାଇଁ ନୟାନ୍ତ ହେଲେଣି।

ସମ୍ବନ୍ଧିତ ଖବର