ମାଛଗା: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଓଷକଣା ପଞ୍ଚାୟତ ଓଷକଣା ଠାରେ ଥିବା ଶୋଭା ଓଷକଣା ସମବାୟ ସମିତି ଗୃହରେ ତାଲା ପକାଇବା ସହ ତିହୁଡି ନହରଣା ମୁଖ୍ୟ ରାସ୍ତା ଉପରେ ଧାନ ବସ୍ତା ରଖି ପୂର୍ବାହ୍ନ୧୧ ଠାରୁ୨ ଟା ପର୍ଯ୍ୟନ୍ତ ପ୍ରତିବାଦ କରିଥିଲେ ଚାଷୀ। ପରିସ୍ଥିତି ଅସ୍ୱାଭାବିକ ହେବାରୁ ଘଟଣା ସ୍ଥଳରେ ଏସିଆରସିଏସ ଶିବ ପ୍ରସାଦ ମହାନ୍ତି ଓ ସାଥିଙ୍କ ସମେତ ବାଲିକୁଦା ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଓ ଅନନ୍ତପୁର ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବିଫଳ ହୋଇଥିଲେ ମଧ୍ୟ ରାସ୍ତା ଉପରୁ ଧାନ ଉଠାଇବାକୁ ଅନୁରୋଧ କରିବାରୁ ଚାଷୀମାନେ ସାଧାରଣ ଜନତାଙ୍କ ସ୍ଵାର୍ଥ ଦୃଷ୍ଟିରୁ ଧାନ ରାସ୍ତାରୁ ଉଠାଇ ନେଇଥିଲେ। କିନ୍ତୁ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇବା ସହ ଯେଉଁ ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କ ଧାନ ସରକାର ନକିଣିବେ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।
ଖବର ଅନୁଯାୟୀ ଏହି ମଣ୍ଡିରେ୧୯୪ ଚାଷୀଙ୍କ ଟୋକନ ବାତିଲ ହୋଇଥିବା ବେଳେ ଅନ୍ୟ ୯୨ ଜଣଙ୍କ ଟୋକନ ଥାଇ ମଧ୍ୟ ଧାନ ବିକ୍ରି ହୋଇ ପାରିନାହିଁ । ତେଣୁ୨୮୬ ଚାଷୀ ସେମାନଙ୍କ ଧାନ ବିକ୍ରି କରିନପାରି ଆନ୍ଦୋଳନ ଜରିଆରେ ଧାନ ବିକିବା ପ୍ରୟାସ ଜାରି ରଖିଛନ୍ତି। ଚଳିତ ଖରିଫ ଋତୁରେ ଲଗାଣ ବର୍ଷାରେ ଚାଷୀଙ୍କ ଏକର ଏକର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ବହୁ କଷ୍ଟରେ ଉତ୍ପାଦନ କରିଥିବା ଧାନକୁ ବିକ୍ରି କରି ନପାରି ହତାଶ ହୋଇ ପଡିଛନ୍ତି। ଶତାଧିକ ଚାଷୀଙ୍କୁ କ୍ଷତିପୂରଣ ସରକାର ପ୍ରଦାନ କରିନଥିବା ବେଳେ ପୁଣି ଧାନ ନକିଣି ଚାଷୀ ମାରଣା ନୀତି ଆପଣାଇଛନ୍ତି। ତେଣୁ ଧାନ ନକିଣିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/WhatsApp-Image-2022-03-21-at-8.35.01-PM-1.jpeg)