ଖଡ଼ିଆଳ: ନୂଆପଡା ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ନୂଆପଡା ଜିଲ୍ଲା ଦଳିତ ଅଧିକାର ମଞ୍ଚ ତରଫରୁ ଖଡ଼ିଆଳ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସାଇକେଲ ଯାତ୍ରା ଆଜି ଆରମ୍ଭ ହୋଇଛି । ଜିଲ୍ଲାର କୃଷକମାନଙ୍କ ସମସ୍ୟା ଥମିବାର ନାଁ ନେଉ ନ ଥିବା ବେଳେ ବର୍ତ୍ତମାନ ମଣ୍ଡି ସମସ୍ୟା କୃଷକ ମାନଙ୍କୁ ହନ୍ତସନ୍ତ କରୁଛି । ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ ସମସ୍ୟା ଦୂର ହେବାର ନାଁ ନେଉନାହିଁ। ତେଣୁ ମଙ୍ଗଳବାର ସକାଳ ଦଶଟାରୁ ଖଡ଼ିଆଳ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଯୁବକ ତଥା ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଏକତ୍ରିତ ହୋଇଥିଲେ । ପରେ ସାଇକେଲରେ ପ୍ଲାକାର୍ଡ ବାନ୍ଧି ବିଭିନ୍ନ ପ୍ରକାର ନାରାବାଜି ଦେଇ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି ।
/sambad/media/post_attachments/wp-content/uploads/2021/01/20210126_195951.jpg)
ଆସନ୍ତା ୩୧ ତାରିଖ ଦିନ ଭୁବନେଶ୍ୱରରେ ପହଁଚି ୧ ତାରିଖ ଦିନ କୃଷି ମନ୍ତ୍ରୀଙ୍କୁ ୧୮ ଦଫା ଦାବି ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଚାଷୀ ମାନଙ୍କ ସଠିକ ପଞ୍ଜିକରଣ ହେଉ, ମଣ୍ଡିରେ କଟନୀ ଛଟନି ବନ୍ଦ, ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦, ମଣ୍ଡିକୁ ଦଲାଲ ମୁକ୍ତ ଏଭଳି ୧୮ ଦାବି ନେଇ କୃଷି ମନ୍ତ୍ରୀଙ୍କୁ ଦାବି ପତ୍ର ଦେବୁ ବୋଲି ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG-20210126-WA0295.jpg)