ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧାନ ମଣ୍ଡିରେ ଚାଷୀମାନେ କଟନି ଛଟନିକୁ ବିରୋଧ କରୁଛନ୍ତି। ଫଳରେ ସେମାନଙ୍କ ଧାନ ନଉଠି ପଡ଼ି ରହିଛି। ଯଦ୍ବାରା ସେମାନେ ପ୍ରବଳ ଥଣ୍ଡା ସତ୍ବେ ମଣ୍ଡିରେ ହିଁ ଧାନକୁ ଜଗୁଛନ୍ତି।
ପ୍ରକାଶ ଯେ, ଜିଲ୍ଲାରେ ୨୫ ତାରିଖ ସୁଦ୍ଧା ୪୪ ହଜାର ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି। ଚାଷୀଙ୍କ ଧାନକୁ ମିଲର୍ସ ବସ୍ତା ପିଛା ୪ରୁ ୬ କେଜି କଟନି ଛଟନି କରିବାକୁ କହୁଛନ୍ତି। ଏଥିରେ କିଛି ଚାଷୀ ରାଜି ହେଲେ ସେମାନଙ୍କମର ଧାନ ମଣ୍ଡିରୁ ମିଲର୍ସ ନେଉଛନ୍ତି। ଏହାକୁ ବିରୋଧ କଲେ ସେମାନଙ୍କ ଧାନ ମଣ୍ଡିରେ ପଡ଼ିରହୁଛି। ଏହି ସମସ୍ୟାକୁ ନେଇ କିଛି ଚାଷୀ ନୂଆପଡ଼ା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲାପାଳ ଶୁଣୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଜିଲ୍ଲା ପ୍ରଶାସନ ମିଲର୍ସଙ୍କୁ ସହଯୋଗ କରୁଥିବାରୁ ମଣ୍ଡିରେ ସେମାନଙ୍କ ରାଜୁତି ଚାଲିଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ୨୫ ତାରିଖ ସୁଦ୍ଧା ବୋଡ଼େନ ବ୍ଲକ୍ ନୀଲଜୀ ମଣ୍ଡିରେ ୫୬ ଜଣ ଚାଷୀଙ୍କ ୬ ହଜାର ୪୭୩ ବସ୍ତା, ବୋଡ଼େନ ପେକ୍ସରେ ୪୬ ଜଣ ଚାଷୀଙ୍କ ୬ ହଜାର ୪୩ ବସ୍ତା, ସିନାପାଲି ପେକ୍ସରେ ୩୮ଜଣ ଚାଷୀଙ୍କ ୪ ହଜାର ୨୯୮ ବସ୍ତା, ହାତୀବନ୍ଧା ପେକ୍ସରେ ୨୧ ଜଣ ଚାଷୀଙ୍କ ୩ ହଜାର ୮୧୫ ବସ୍ତା, କୋମନା ବ୍ଲକ୍ ଭେଲା ମଣ୍ଡିରେ ୧୮ଜଣ ଚାଷୀଙ୍କ ୨ହଜାର ୭୫୪ ବସ୍ତା, ଡମଝର ମଣ୍ଡିରେ ୨୪ ଜଣ ଚାଷୀଙ୍କ ୨ ହଜାର ୮୪୭ ବସ୍ତା, ଏପରି ୩୬୯ ଜଣ ଚାଷୀଙ୍କ ୪୪ ହଜାର ୧୭୭ ବସ୍ତା ଧାନ ମଣ୍ଡିରେ ରହିଛି। ଫଳରେ ମଣ୍ଡିକୁ ମିଲର୍ସ ଆସୁ ନଥିବା ବେଳେ ଧାନ ପଡ଼ିରହିଛି। ଏହି ଧାନକୁ ଚାଷୀମାନେ ପ୍ରବଳ ଥଣ୍ଡାରେ ରାତିସାରା ଜଗୁଥିବା ଦେଖିବାକୁ ମିଳିଛି। ଏଭଳି ନୂଆପଡ଼ା ଜିଲ୍ଲାରେ ଏସଏଚଜି ୨୫ ତାରିଖ ସୁଦ୍ଧା ୨୭୯୧ ଜଣ ଚାଷୀଙ୍କ ଠାରୁ ୧ଲକ୍ଷ ୬୪ ହଜାର କ୍ବିଇଣ୍ଟାଲ ଧାନ କ୍ରୟ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏସଏଚଏଜି କ୍ରୟ କରୁଥିବା ମଣ୍ଡିରେ ମଧ୍ୟ ହଜାର ହଜାର ବସ୍ତା ଧାନ ପଡ଼ିରହିଛି ଏବଂ ଏହାକୁ ମହିଳାମାନେ ଜଗୁଥିବା ଦେଖିବାକୁ ମିଳିଛି। ତୁରନ୍ତ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/9128a9bb-90b5-4c69-bf21-4c1ed7739a8f.jpg)