କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ ରାସ୍ତାରୋକ କୃଷକଙ୍କ ପାଇଁ ମହଙ୍ଗା ପଡ଼ିଲା: ରୁଜୁ ହେଲା ମାମଲା

ଜୟପୁର: କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ କରି ରାସ୍ତାରୋକ କରିବା କୃଷକ ମାନଙ୍କୁ ମହଙ୍ଗା ପଡ଼ିଛି। କୃଷକ ମାନଙ୍କ ନାଁରେ ଜୟପୁର ଟାଉନଥାନାରେ ରୁଜୁ ହୋଇଛି ମାମଲା। ଆଜି କୃଷକ କଲ୍ୟାଣ ‌ମଂଚ କୋରାପୁଟର ନରେନ୍ଦ୍ର ପ୍ରଧାନ, ମନୋଜ ପାତ୍ର, ସ୍ବରୁପ କୁମାର ସାମନ୍ତରାୟ, ଅରୁଣ ମହାପାତ୍ର ପ୍ରମୁଖ ବ୍ୟକ୍ତିଗତ ମୁଚାଲିକାରେ ଯାଇଛନ୍ତି।

ଆଗାମୀ ଦିନରେ ପୁଣି କୋର୍ଟରେ ବି ଏହି ମାମଲାର ବିଚାର ହେବ। ଗତ ୬ତାରିଖ ଦିନ କୃଷକମାନଙ୍କ ପକ୍ଷରୁ ହେଉଥିବା ଦେଶବ୍ୟାପି ‘ଚକା ଜାମ୍‌’ କୁ ସମର୍ଥନ କୃଷକ କଲ୍ୟାଣ ମଂଚ କୋରାପୁଟ ଓ କୋରାପୁଟ ଜିଲ୍ଲା ସିପିଆଇ ପକ୍ଷରୁ ଜାତୀୟ ରାଜପଥ ୨୬କୁ ଟ୍ରାଫିକ ଛକ ନିକଟରେ ଦୀର୍ଘ ୩ଘଣ୍ଟା ଧରି ଅବରୋଧ କରାଯାଇଥିଲା। କୃଷି ଓ କୃଷକଙ୍କର ଅଧିକାର ପାଇଁ ଏଭଳି ମାମଲାକୁ ସ୍ବାଗତ କରୁଛୁ ବୋଲି ଏହି ଚାଷୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର